Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚତୁର୍ଥ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଚତୁର୍ଥ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଧଉଳି କଳା ମହୋତ୍ସବ ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଚତୁର୍ଥ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ-୨୦୨୧ ଉଦଘାଟିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ବିନୋଦ ମହାରଣା , ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ , ଭାରତ ପର୍ଯ୍ୟଟନର ସହକାରୀ ନିର୍ଦ୍ଦେଶକ ରଶ୍ମୀ ସୋନିଆତିର୍କୀ , ସାମାଜିକ କର୍ମୀ ହରେକୃଷ୍ଣ ସାହୁ ଓ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗ ଦେଇ ଶିଳ୍ପୀ ମାନଙ୍କ ଚିତ୍ରକୁ ପ୍ରଶଂସା କରିବା ସହ କଳାର ସମାଜରେ ପଥ ପ୍ରଦର୍ଶନ କରି ବୋଲି ମତ ପ୍ରକାଶ କରିଥିଲେ।

ଏହି ପ୍ରଦର୍ଶନୀରେ ଓଡ଼ିଶା ତଥା ଭାରତର ଅନ୍ୟ ରାଜ୍ୟ ସହ ୧୦ ଟି ଦେଶର ଶିଶୁ ଚିତ୍ରଶିଳ୍ପୀମାନେ ଅଂଶ ଗ୍ରହଣ କରିଥିଲେ। କୃତିଶିଳ୍ପୀ ମାନଙ୍କୁ ଡାକଯୋଗେ ପୁରସ୍କାର ପ୍ରଦାନ କରାଯିବା ସହ ରୋଜାଲୀନା ଦାଶ ଓ ଖୋକନ ସରକାରଙ୍କୁ କଳା ଆଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି ପ୍ରଦର୍ଶନୀରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ, କାର୍ଯ୍ୟକାରୀ ସଭାପତି ଡ. ହୃଷିକେଶ ମିଶ୍ର ପୌରହିତ୍ୟ କରିବା ସହ ସମ୍ପାଦକ ମିହିରକାନ୍ତ ପ୍ରହରାଜ ପ୍ରଦର୍ଶନୀର ବିବରଣୀ ପାଠ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia