Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ, ସରଗରମ ରାଜନୀତି

ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ, ସରଗରମ ରାଜନୀତି

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସେହିପରି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା।

ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅପରାହ୍ନ ୩.୨୦ରେ ତାଙ୍କ ସରକାରୀ ବାସଭବନ ଛାଡି ଅପରାହ୍ନ ପ୍ରାୟ ୩:୪୦ରେ ଭୁବନେଶ୍ୱରରୁ ବିମାନ ଯୋଗେ ଦିଲ୍ଲୀ ଯିବେ।

ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୫.୪୦ ସୁଦ୍ଧା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ପହଞ୍ଚିବେ ଏବଂ ପରେ ରାତି ପ୍ରାୟ ୮.୩୦ରେ ତାଙ୍କ ବାସଭବନରେ ରାତ୍ରୀଭୋଜନ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେ ୭ ଦିନିଆ ଦିଲ୍ଲୀ ଗସ୍ତ କରିବେ ବୋଲି ଜଣାପଡିଛି।

ସେହିପରି ନବୀନ ପଟ୍ଟନାୟକ ଆଜି ଦିନ ୧ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏକାସାଙ୍ଗରେ ଉଭୟ ଶାସକ ଓ ବିରୋଧୀ ଶିବିରର ଶୀର୍ଷ ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିରୋଧୀ ଦଳ ନେତା ମଧ୍ୟ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି।

ସେପ୍ଟେମ୍ବର ୨ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜଳ ବିବାଦ ନେଇ ଅନେକ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ବୈଠକରେ ଯୋଗଦେବେ। ଏହି ସମ୍ମିଳନୀ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia