Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯାତ୍ରା ବିଳମ୍ବ, ବେଙ୍ଗାଲୁରୁରେ ରାତିସାରା ଫସି ରହିଲେ ଶହ ଶହ ଯାତ୍ରୀ

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯାତ୍ରା ବିଳମ୍ବ, ବେଙ୍ଗାଲୁରୁରେ ରାତିସାରା ଫସି ରହିଲେ ଶହ ଶହ ଯାତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଜୟପୁର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଅତ୍ୟଧିକ ବିଳମ୍ବ ହେବା କାରଣରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଆଇଏକ୍ସ ୧୫୨୬ ନମ୍ବର ବିଶିଷ୍ଟ ଏହି ବିମାନଟି ଠିକ୍ ସମୟରେ ଉଡାଣ ଭରିପାରି ନଥିଲା। ଫଳରେ ବେଙ୍ଗାଲୁରୁ ବିମାନବନ୍ଦରରେ ଶହ ଶହ ଯାତ୍ରୀ ରାତିସାରା ଫସି ରହିଥିଲେ।

ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନେ ଏହି ବିଳମ୍ବ ଯୋଗୁଁ ସବୁଠାରୁ ଅଧିକ ହଇରାଣ ହୋଇଥିବା ଜଣାପଡିଛି।

ନିର୍ଦ୍ଧାରିତ ସମୟରେ ବିମାନ ନଆସିବା ପରେ ଯାତ୍ରୀମାନେ ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲେ। କିନ୍ତୁ ବିମାନ ଉଡାଣ ନେଇ ସେମାନଙ୍କୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିଲା। ଏପରିକି ରାତିସାରା ବିମାନବନ୍ଦରରେ ଅପେକ୍ଷା କରିବା ପରେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଖାଇବା କିମ୍ବା ରହିବାର କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ଏବଂ ସେମାନେ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ।

ଅନେକ ଯାତ୍ରୀ ନିଜର କ୍ଷୋଭ ପ୍ରକାଶ କରି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି। ବିମାନବନ୍ଦର ଚଟାଣରେ ଯାତ୍ରୀମାନେ ଅସହାୟ ଭାବେ ଶୋଇ ରହିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଭଳି ଅମାନବୀୟ ଅବ୍ୟବସ୍ଥା ପାଇଁ ଲୋକେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବାରମ୍ବାର ବିମାନ ବିଳମ୍ବ ହେଉଥିବାରୁ ଏୟାରଲାଇନ୍ସର ପରିଚାଳନା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia