Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୁଣି ସନ୍ଦେହରର ବୃଦ୍ଧଙ୍କ ଗଳା କାଟି ହତ୍ୟା ଅଭିଯୋଗ

ଗୁଣି ସନ୍ଦେହରର ବୃଦ୍ଧଙ୍କ ଗଳା କାଟି ହତ୍ୟା ଅଭିଯୋଗ

ମାଲକାନଗିରି: ଥମୁନି ଅନ୍ଧ ବିଶ୍ୱାସର ବର୍ବରତା । ଏଇ ଅନ୍ଧାରରେ ଆଜିବି ଜଳୁଛି ମଣିଷ । ମାଲକାନଗିରି ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ପୁଣି ହତ୍ୟା ଅଭିଯୋଗ ।

ମିଳିଥିବା ସୂଚନା ଅନୁସାରେ, ମାଲକନଗିରି ଥାନା ଅନ୍ତର୍ଗତ ତୁମସାପାଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଅନ୍ଧ ବିଶ୍ୱାସର ଆଉ ଏକ ନଗ୍ନ ଚିତ୍ର । ଗତ ୬ ବର୍ଷ ତଳେ ଗ୍ରାମର ରାମା ସୋଡ଼ିଙ୍କ ପୁଅର ଅଜଣା ରୋଗରେ ମୃତ୍ୟୁ ହୋଇଥିଲା। ପୁଅକୁ ଗୁଣି କରି ମାରିଥିବା ନେଇ ଗାଁର ମୁକା ମାଡ଼କାମୀ ଉପରେ ରାମାଙ୍କ ପରିବାର ଲୋକ ସନ୍ଦେହ କରିଥିଲେ।

ମାତ୍ର ପ୍ରମାଣ ଅଭାବରୁ ମୁକାଙ୍କୁ କିଛି କହି ନଥିଲେ। ତେବେ ଏବେ ପୁଣି ଗତ କିଛିଦିନ ହେଲା ରାମାଙ୍କ ସ୍ବାସ୍ଥ୍ୟ ଖରାପ ରହୁଥିବାରୁ ମୁକା ତାଙ୍କୁ ଗୁଣି କରିଥିବା ନେଇ ସନ୍ଦେହ କରିଥିଲେ ରାମା। ତେଣୁ ପୂର୍ବ ଯୋଜନା ଅନୁଯାୟୀ, ମୁକା ଶୋଇଥିବାବେଳେ ଏକ ଧାନକଟା ଦାଆରେ ତାଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି ରାମା।

ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାମା ସୋଡ଼ିଙ୍କୁ ଗିରଫ କରିବା ସହ ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia