Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ମଷ୍ଟରଡାମ୍ (ନେଦରଲ୍ୟାଣ୍ଡସ): ସେମିଫାଇନାଲ୍ ଦୌଡ଼ରୁ ସାମାନ୍ୟ ପାଇଁ ବାଦ୍ ପଡ଼ିଥିବା ଭାରତୀୟ ମହିଳା ହକି ଦଳ ବିଶ୍ୱକପ୍‌ରେ ଏକ ସ୍ମରଣୀୟ ବିଜୟ ସହ ନିଜର ଅଭିଯାନ ଶେଷ କରିଛି । ଗୁରୁବାର ଖେଳାଯାଇଥିବା ୫ମ-୬ଷ୍ଠ ସ୍ଥାନ ମ୍ୟାଚ୍‌ରେ ସଲିମା ଟେଟେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜର୍ମାନୀକୁ ୩-୧ ଗୋଲ୍‌ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ୫ମ ସ୍ଥାନ ହାସଲ କରିଛି ।

୧୯୭୪ର ଉଦ୍‌ଘାଟନୀ ସଂସ୍କରଣ (ଚତୁର୍ଥ ସ୍ଥାନ) ପରେ ବିଶ୍ୱକପ୍ ଇତିହାସରେ ଭାରତୀୟ ମହିଳା ଦଳର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆମଷ୍ଟେଲଭିନ୍‌ର ୱାଗେନର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଦୁଇଟି କ୍ୱାଟରରେ ଉଭୟ ଦଳ କୌଣସି ଗୋଲ୍ ଦେଇପାରି ନଥିଲେ, ଫଳରେ ହାଫ୍-ଟାଇମ୍ ପର‌୍ୟ୍ୟନ୍ତ ସ୍କୋର ୦-୦ ରହିଥିଲା ।

ତୃତୀୟ କ୍ୱାଟରର ୪୩ତମ ମିନିଟ୍‌ରେ ଇଶିକା ଏକ ଚମତ୍କାର ରିଭର୍ସ ହିଟ୍ ଜରିଆରେ ପ୍ରଥମ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ । ଏହାର ମାତ୍ର ୨ ମିନିଟ୍ ପରେ (୪୫ତମ ମିନିଟ୍) ନବନୀତ କୌର ପେନାଲ୍ଟି କୋର୍ନରକୁ ଗୋଲ୍‌ରେ ରୂପାନ୍ତରିତ କରି ସ୍କୋର ୨-୦ କରିଥିଲେ । ଚତୁର୍ଥ କ୍ୱାଟରର ଦ୍ୱିତୀୟ ମିନିଟ୍‌ରେ ନବନୀତ ଜର୍ମାନ୍ ନିଜର ଦ୍ୱିତୀୟ ଗୋଲ୍ ସହ ଭାରତକୁ ୩-୦ରେ ଆଗୁଆ କରିଥିଲେ । ମ୍ୟାଚ୍ ଶେଷ ହେବାର ମାତ୍ର ୧ ମିନିଟ୍ ପୂର୍ବରୁ ଜର୍ମାନୀ ଗୋଟିଏ ସାନ୍ତ୍ୱନାମୂଳକ ଗୋଲ୍ ଦେଇଥିଲେ ମଧ୍ୟ ଭାରତୀୟ ଦଳ ୩-୧ ବିଜୟ ସହ ଇତିହାସ ରଚିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia