Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହସ୍ପିଟାଲରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ହସ୍ପିଟାଲରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ଥାଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ, ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି।

ଶିବସେନା ସୂତ୍ର ଅନୁଯାୟୀ, ଗତ କିଛି ଦିନ ଧରି ବ୍ୟସ୍ତବହୁଳ ରାଜନୈତିକ କାର୍ଯ୍ୟସୂଚୀ, ଶାରୀରିକ ପରିଶ୍ରମ ଏବଂ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରଭାବିତ ହୋଇଛି।

ଏକନାଥ ସିନ୍ଦେ ଗତ କିଛି ଦିନ ଧରି ରାଜନୈତିକ କାର୍ଯ୍ୟକଳାପରେ ଅତ୍ୟନ୍ତ ସକ୍ରିୟ ଅଛନ୍ତି। ସେ ବିଶେଷ କରି 'ଅପରେସନ୍ ଟାଇଗର' ଅଧୀନରେ ଏକ ପ୍ରମୁଖ ରାଜନୈତିକ ରଣନୀତି ଉପରେ କାର୍ଯ୍ୟ କରିଥିଲେ। ଏହି ଅଭିଯାନ ସମୟରେ ଉଦ୍ଧବ ଠାକରେ ଗୋଷ୍ଠୀର ଛଅ ଜଣ ସାଂସଦ ଏବଂ ଏମଏଲସି ସଚିନ ଆହିର ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିଲେ। ଏହି ସମ୍ପୂର୍ଣ୍ଣ ଅଭିଯାନ ପାଇଁ ଏକନାଥ ସିନ୍ଦେଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା ଏବଂ ଅନେକ ଥର ନୂଆଦିଲ୍ଲୀ ଯାତ୍ରା କରିବାକୁ ପଡିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia