Sunday, 09 May, 12.16 am ଓଡିଶା ସମ୍ବାଦ

ହୋମ
ହିନ୍ଦୁ ରାଓ ଡାକ୍ତରଖାନାରୁ ଲୁଚି କରି ପଳାଇ ଗଲେ ୨୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି । ମାତ୍ର କେତେକଙ୍କ ଦାୟିତ୍ୱ ହୀନତା ଯୋଗୁ କରୋନା ସହଜରେ ଆମକୁ ଛାଡି ଯାଉ ନାହିଁ । ଶନିବାର ଉତର ନଗର ନିଗମ ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ଡାକ୍ତରଖାନାରୁ ୨୩ କରୋନା ସଂକ୍ରମିତ ଲୁଚି କରି ପଳାଇ ଯାଇଛନ୍ତି । ଯାହା କି ପ୍ରଶାସନର ମୁଣ୍ଡ ବ୍ୟଥା କାରଣ ହୋଇଛି । ପୋଲିସ ଏହି ସଂକ୍ରମିତଙ୍କୁ ଖୋଜିବା ଆରମ୍ଭ କରିଛି ।

୧୯ ଏପ୍ରିଲରୁ ୭ ମେ ମଧ୍ୟରେ ଏମାନେ କାହାକୁ କିଛି ନ କହି ଖସି ପଳାଇଥିଲେ । ଦିଲ୍ଲୀ ସରକାରଙ୍କ କରୋନା ଆପରେ ଏହି ଡାକ୍ତରଖାନାର ସମସ୍ତ ବେଡ ଏବେ ଫୁଲ ଅଛି । ରୋଗୀଙ୍କ ସଂଖ୍ୟ ବଢ଼ିବାରୁ ସେମାନେ ଏହାର ଫାଇଦା ଉଠାଇଥିବା କିମ୍ବା ଭଲ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ପଳାଇ ଯାଇଥିବା ଅନୁମାନ କରାଯାଉଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Sambad Odia
Top