ମୁମ୍ବାଇ: ଅନ୍ଲାଇନରେ ଅନର୍ଗଳ ଅସ୍ରବ୍ୟ ଭାଷା । ମନରେ ଭାରତ ପ୍ରତି ଅଗାଢ ପ୍ରେମ । ହେଲେ ଏବେ ପୋଲିସ ହାତରେ ବନ୍ଧା ହୋଇଛନ୍ତି ଏକ୍ସ ବିଗ୍ବସ୍ କଣ୍ଟେଷ୍ଟାଣ୍ଟ ବିକାଶ ଫାକଟ୍ ଓରଫ ହିନ୍ଦୁସ୍ତାନୀ ଭାଉ । କୋଭିଡ୍-୧୯ କଟକଣା ଭାଙ୍ଗିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଥାନାରେ ଅଟକ ରଖିଛି । କରୋନା ମହାମାରୀ ଭଳି ଆପାତକାଳୀନ ସ୍ଥିତିରେ କେବଳ ଅତ୍ୟାବଶକୀୟ ସେବାକୁ ଅନୁମତି ରହିଛି । ହେଲେ ଏହି ସମୟରେ ବିକାଶ ଶିବାଜୀ ପାର୍କ ନିକଟରେ ପହଂଚି ସମସ୍ତ ପରୀକ୍ଷା ବନ୍ଦ କରିବା ଲାଗି ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ । ପୋଲିସ ହାତରେ ଧରାନପଡିବା ପାଇଁ ସେ ଏକ ଆମ୍ବୁଲାନରେ ନିଜ ଘରୁ ଶିବାଜୀ ପାର୍କ ନିକଟରେ ପହଂଚିଥିଲେ । ଶିବାଜୀ ପାର୍କ ନିକଟରେ ବିକାଶଙ୍କ ତାମ୍ସା ଚାଲିଥିବା ଖବର ପାଇ ସ୍ଥାନୀୟ ପୋଲିସ ତାଙ୍କୁ ଦିନ ପ୍ରାୟ ୧୨ଟା ୩୦ ମିନିଟ ପରଠାରୁ ଥାନାରେ ଅଟକ ରଖିଛି ।