Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛନ୍ତି ସିଦ୍ଧାର୍ଥ

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛନ୍ତି ସିଦ୍ଧାର୍ଥ

ନୂଆଦିଲ୍ଲୀ: ନିକଟରେ ସିଦ୍ଧାର୍ଥ ମାଲହୋତ୍ରା ହିମାଳୟନ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଶେର୍‌ଶାହାର ସ୍କ୍ରିନିଂ ପାଇଁ ଲଦାଖ ଯାଇଥିଲେ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଉତ୍ସବର ପ୍ରଥମ ସଂସ୍କରଣ ହେଉଛି ଏକ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ, ଯାହା ସେପ୍ଟେମ୍ବର ୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୮ ରେ ଶେଷ ହେବ।

ସିଦ୍ଧାର୍ଥ ମଲହୋତ୍ରା ଇନଷ୍ଟାଗ୍ରାମରେ ନିଜର ଏକ ଷ୍ଟାଇଲିସ୍ ଫଟୋ ପୋଷ୍ଟ କରିବା ପରେ ଏହା ବେଶ୍‌ ଭାଇରାଲ ହୋଇଥିଲା।

ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିବା ଶେର୍‌ଶାହା ପାଇଁ ଦର୍ଶକ ଏବଂ ଚଳଚ୍ଚିତ୍ର ସମାଲୋଚକଙ୍କ ହୃଦୟ ଜିତିଥିଲେ। ସ୍କ୍ରିନିଂ ପରେ, ସିଦ୍ଧାର୍ଥ ଶନିବାର ଦିନ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଏକ ହାଇ ନେକ୍‌ ଟି-ସାର୍ଟ ସାଙ୍ଗକୁ ଷ୍ଟାଇଲିସ୍ ବ୍ଲେଜର ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହାସହ ସିଦ୍ଧାର୍ଥ ଏକ ଷ୍ଟାଇଲିଷ୍ଟ ଚଷମା ମଧ୍ୟ ପିନ୍ଧିଥିଲେ। ଯାହାକୁ ନେଇ ଏବେ ଇଣ୍ଟରନେଟ୍‌ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସିଦ୍ଧାର୍ଥ। ଏହି ଲୁକ୍‌ଟି ସିଦ୍ଧାର୍ଥଙ୍କୁ ବୋ୍‌ ମାନୁଚି ମଧ୍ୟ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia