Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜନସାଧାରଣଙ୍କୁ ମନା ପୁରୀ ସରକାରୀ କାର୍ଯ୍ୟାଳୟ

ଜନସାଧାରଣଙ୍କୁ ମନା ପୁରୀ ସରକାରୀ କାର୍ଯ୍ୟାଳୟ

ପୁରୀ: କରୋନା ମୁକାବିଲା ଯୋଗୁଁ ଆଗାମୀ ୧୫ ଦିନ ଯାଏଁ ପୁରୀର ସରକାରୀ କାର୍ଯ୍ୟାଳୟ ଗୁଡିକରେ ଜନସାଧାରଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଥାନା ଏବଂ ଡାକ୍ତରଖାନା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି।

ଜିଲ୍ଲାପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ ବିବୃତି ଅନୁଯାୟୀ, କୌଣସି ସରକାରୀ କାର୍ଯ୍ୟ ଥିଲା ଜନସାଧାରଣ ସିଧାସଳଖ ଟେଲିଫୋନ୍ ମାଧ୍ୟମରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଉଚିତ୍ ବୋଲି କହିଛନ୍ତି ଜିଲ୍ଳାପାଳ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାସ୍କ ପିନ୍ଧିବା ଏବଂ ଦୋକାନ ବଜାରରେ ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା ଦଣ୍ଡବିଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଯଦି ଫ୍ଲୁ କିମ୍ବା ଜ୍ୱରର ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସମ୍ପର୍କ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia