Dailyhunt
ଜିଓ ଆଣୁଛି 5G ଫୋନ୍, ଜାଣନ୍ତୁ କେବେ ଲଞ୍ଚ

ଜିଓ ଆଣୁଛି 5G ଫୋନ୍, ଜାଣନ୍ତୁ କେବେ ଲଞ୍ଚ

ମୁମ୍ବାଇ: ଜୁନ୍ ୨୪ରେ ୪୪ ତମ ବାର୍ଷିକ ଜେନେରାଲ ମିଟିଂରେ ରିଲାଏନ୍ସ ଜିଓ 5G ଫୋନର ଲଞ୍ଚ କରିବାର ସମ୍ଭାବନା ଅଛି।

ଗତ ଦୁଇମାସ ମଧ୍ୟରେ ସୁଲଭ ମୂଲ୍ୟର 5G ସ୍ମାର୍ଟଫୋନ୍ ବିଷୟରେ ବହୁ ଖବର ଆସିଛି। କିଛି ରିପୋର୍ଟରେ ଏହାର ମୂଲ୍ୟ ୫୦୦୦ ଟଙ୍କାରୁ କମ୍ ଓ ଆଉ କିଛି ରିପୋର୍ଟରେ ୨୫୦୦ ଟଙ୍କା ଦାମ୍ ବୋଲି ସୂଚନା ମିଳିଥିଲା।

ନିକଟରେ ଏକ ଭର୍ଚୁଆଲ କନଫରେନ୍ସରେ ଗୁଗୁଲ ସବସିଡାରି ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଥିଲେ ଯେ, ଭାରତରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବାକୁ ଥିବା ସ୍ମାର୍ଟଫୋନ୍ ପାଇଁ ଜିଓ ସହିତ ମିଶି ଗୁଗୁଲ କାର୍ଯ୍ୟ କରୁଛି।

ବର୍ତ୍ତମାନ ରିଲାଏନ୍ସ ଭାରତରେ 5G ସେବା ଉନ୍ମୋଚନ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ 5G ଫୋନ୍ ମଧ୍ୟ ରିଲିଜ୍ କରିବ ବୋଲି ଗଣମାଧ୍ୟମ ସୁତ୍ରରୁ ପ୍ରକାଶ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia