କେନ୍ଦୁଝର:ଜିତୁ ମୁଣ୍ଡା ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ ହୋଇଯାଇଛି। ଏପଟେ ଜିତୁ ମୁଣ୍ଡାଙ୍କୁ ମିଳିବ ସବୁ ସରକାରୀ ସହାୟତା। ଜିତୁଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା ।
ଏ ନେଇ ପାଟଣା ବିଡିଓ ନିର୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିତୁଙ୍କୁ ରାସନ କାର୍ଡ ମିଳିଛି। ତାଙ୍କ ଭଉଣୀଙ୍କ ନାମରେ ଥିବା ରାସନ କାର୍ଡ ଜିତୁଙ୍କ ନାମରେ ପରିବର୍ତ୍ତନ କରାଯାଇଛି।
ଏଥି ମଧ୍ୟରେ ବ୍ୟାଙ୍କରେ ଜମା ଥିବା ଅର୍ଥ ୧୯, ୪୦୨ ଟଙ୍କା ଓ ରେଡ୍ କ୍ରସରୁ ୩୦ହଜାର ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଶାସନ ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ଟଙ୍କା ପାଇଁ ବ୍ୟାଙ୍କ ଆଗରେ କଙ୍କାଳ ରଖିବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ସମ୍ପୁର୍ଣ୍ଣ ଅବହେଳା ଥିବା କହିଛନ୍ତି RDC। ଏଥିସହିତ ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ଅଯଥା ବିଳମ୍ବ ଘଟିଥିବା ସେ କହିଛନ୍ତି । ତଦନ୍ତର ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସେ କହିଛନ୍ତି । ଜିତୁ ମୁଣ୍ଡା ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଭଉଣୀର କଙ୍କାଳ ଆଣିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଠାରୁ ଏହି ଅଭାବନୀୟ ଘଟଣାରେ RDC ତଦନ୍ତ ହୋଇଛି ।

