Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜୁଲାଇ ୧ ରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ଜୁଲାଇ ୧ ରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ନୂଆଦିଲ୍ଲୀ: ଜୁଲାଇ ୧ ରୁ ଚାର୍‌ ଧାମ ଯାତ୍ରା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି। ଖୁବ୍‌ ଶୀଘ୍ର ଏହି ଯାତ୍ରା ପାଇଁ ଏକ ଏସ୍‌ଓପି ଜାରି କରିବେ ସରକାର।

ଜୁଲାଇ ୧ରୁ ଏହି ତିନିଟି ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରାଖଣ୍ଡ ଜିଲ୍ଲାର ସ୍ଥାନୀୟ ଲୋକଙ୍କ ପାଇଁ ଚାରି ଧାମ ଯାତ୍ରା ଆରମ୍ଭ ହେବ। ରୁଦ୍ରପ୍ରୟାଗ ଜିଲ୍ଲାର ଲୋକଙ୍କ ପାଇଁ କେଦାରନାଥ ଶ୍ରୀମନ୍ଦିର, ଚାମୋଲି ଜିଲ୍ଲାର ଲୋକଙ୍କ ପାଇଁ ବଦ୍ରିନାଥ ଖୋଲା ରହିବ ଏବଂ ଉତ୍ତରାଖଣ୍ଡ ଜିଲ୍ଲାର ଲୋକଙ୍କ ପାଇଁ ଯମୁନୋତ୍ରି ଏବଂ ଗଙ୍ଗୋତ୍ରୀ ମନ୍ଦିର ଖୋଲାଯିବ।

ଜୁଲାଇ ୧୧ ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ଲୋକଙ୍କ ପାଇଁ ଏହି ଯାତ୍ରା ଖୋଲାଯିବ। ତୀର୍ଥଯାତ୍ରୀମାନଙ୍କୁ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକୃତ କରିବାକୁ ପଡିବ।

ଏହାସହିତ ସେମାନଙ୍କୁ ସାଙ୍ଗ‌ରେ RT-PCR ନେଗେଟିଭ ରିପୋର୍ଟ ଆଣିବାକୁ ପଡିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia