ଶୈଳାଧିରାଜତନୟା ଶତପଥୀ ମୋ ସୃଷ୍ଟିର ଆଦ୍ୟ ଆବହରୁକୁମ୍ଭକାରର ଅଗଣାରୁ କଂସାରି ବାପୁଡ଼ା ଯାଏ ଜାଣିଛି ମୁଁ କାଳେ କାଳେ ଭବିତବ୍ୟ ଭାଗ୍ୟ ମୋର ତୁମ ମସୁଧାରେ ବନ୍ଧା ତୁମ ନୈମିଷ ସୁଖ ପାଇଁ ବଳିଦାନର ଅଦୃଶ୍ୟ ଚିତ୍କାର। ମୁଁ ଜାଣେ ନିର୍ବିକାରେ ଥାପିଦେଇ ମୋ କୋଳରେ ସଂତ୍ରସ୍ତ ସଳିତାର ଅବଶ ଦେହକୁ ବିପୁଳ ବିଦ୍ରୋହ ସତ୍ତ୍ୱେ ଜାଳିଦିଅ ସୌଭାଗ୍ୟ ବ୍ୟପେକ୍ଷାରେ ତେଲମଖା ବିନ୍ୟସ୍ତ ଶିଖାଟିଏ ଚଉଁରା ମୂଳେ ସଞ୍ଜ ଆଳତିରେ ଅବା ମନ୍ଦିରବେଢାରେ ।