ଅଶ୍ବିନୀ ତ୍ରିପାଠୀ ସରିଆସେ ଶୀତ ଆସିଲେ ବସନ୍ତ ଗୁଞ୍ଜରି ଉଠଇ ଧରା ମୃଦୁ ମଳୟରେ ଆସ ତୁମେ ବାରେ ପହିଲି ଫଗୁଣ ଖରା ।। ପ୍ରକ୍ରୁତିର ରାଣୀ ସୁନ୍ଦର ଧରଣୀ ଅସରନ୍ତି ଆଶା ନେଇ ଅପେକ୍ଷାର ଅନ୍ତ ହେ ଚିର ବସନ୍ତ କେତେ କଥା ଯାଅ କହି ।। ଫଗୁଣ ସକାଳ କେତେ ଯେ ସ୍ବପ୍ନିଳ ଅନୁଭବ ଅନୁଭୂତି ସୁନେଲୀ କିରଣ ଅଟେ ଅମଳିନ ବିସ୍ମୟ ପୁଣି ବିସ୍ମୃତି ।।