Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କବିତା : ଶିମିଳିପାଳ ଜଳୁଛି

କବିତା : ଶିମିଳିପାଳ ଜଳୁଛି

ସଞ୍ଜିତା ପ୍ରଧାନ

ଆଜ ହୁତାଶନ ରଚେ ପ୍ରହସନ
ତାଣ୍ଡବଲୀଳା ରଚୁଛି
ସପ୍ତାହଟେ ଧରି ଭାଗ୍ୟକୁ ଆଦରି
ଶିମିଳିପାଳ ଜଳୁଛି
ଶିମିଳିପାଳ ଜଳୁଛି ।।

ଶାଳ ବୃକ୍ଷରାଜି କଙ୍କାଳଟେ ସାଜି
ଆର୍ତ୍ତନାଦ କରୁଅଛି
ପକ୍ଷୀ ବି ବାହୁନେ ଶାବକ ବିହୁନେ
ସଂସାର ତା ଉଜୁଡିଛି
ଶିମିଳିପାଳ ଜଳୁଛି ।।

ଜାତୀୟ ଉଦ୍ୟାନ ହେଲେ ଦିନ ହୀନ
ଅଗ୍ନି ଅଶ୍ରୁରେ ଭିଜୁଛି
ବିକଳ ଚିତ୍ତରେ ଗଜରାଜ ଘୁରେ
ଭୟେ ଚିତ୍କାର ଛାଡ଼ୁଛି
ଶିମିଳିପାଳ ଜଳୁଛି ।।

ବୁକୁ ଫଟା ରଡି ବାଘ ମାମୁଁ ଛାଡି
ଇତଃସ୍ତତଃ ସେ ଧାଉଛି
ନୀରିହ ଜୀବନ ହେଇ ହୀନିମାନ
ଶେଷ ନିଶ୍ଵାସ ତ୍ୟାଗୁଛି
ଶିମିଳିପାଳ ଜଳୁଛି ।।

କେତେ ପଶୁପକ୍ଷୀ ହୋଇ ମୂକସାକ୍ଷୀ
ଶବ ତାଙ୍କରି ଗଡୁଛି
ବାହୁନି ବାହୁନି ଏ ପ୍ରକୃତି ରାଣୀ
ଅସହ୍ୟ ସ୍ୱରେ କାନ୍ଦୁଛି
ଶିମିଳିପାଳ ଜଳୁଛି ।।

ଏହି ସନ୍ଧିକ୍ଷଣ ମାନବତା ପଣ
ଆମଠାରୁ ହିଁ ଲୋଡୁଛି
ଯଦି ଅତ୍ମୀୟତା ଆଙ୍କିଲା ଦୂରତା
ନର କାହିଁକି ରହିଛି
ଶିମିଳିପାଳ ଜଳୁଛି ।।

ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା,
ସୁନ୍ଦରଗଡ଼

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia