ସଞ୍ଜିତା ପ୍ରଧାନ ଆଜ ହୁତାଶନ ରଚେ ପ୍ରହସନ ତାଣ୍ଡବଲୀଳା ରଚୁଛି ସପ୍ତାହଟେ ଧରି ଭାଗ୍ୟକୁ ଆଦରି ଶିମିଳିପାଳ ଜଳୁଛି ଶିମିଳିପାଳ ଜଳୁଛି ।। ଶାଳ ବୃକ୍ଷରାଜି କଙ୍କାଳଟେ ସାଜି ଆର୍ତ୍ତନାଦ କରୁଅଛି ପକ୍ଷୀ ବି ବାହୁନେ ଶାବକ ବିହୁନେ ସଂସାର ତା ଉଜୁଡିଛି ଶିମିଳିପାଳ ଜଳୁଛି ।। ଜାତୀୟ ଉଦ୍ୟାନ ହେଲେ ଦିନ ହୀନ ଅଗ୍ନି ଅଶ୍ରୁରେ ଭିଜୁଛି ବିକଳ ଚିତ୍ତରେ ଗଜରାଜ ଘୁରେ ଭୟେ ଚିତ୍କାର ଛାଡ଼ୁଛି ଶିମିଳିପାଳ ଜଳୁଛି ।।