Friday, 05 Jun, 6.11 am ଓଡିଶା ସମ୍ବାଦ

ହୋମ
କର୍ଣ୍ଣାଟକର ହୁବଲ୍ଲିରେ ନିର୍ମାଣ ଚାଲିଛି ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ

କର୍ଣ୍ଣାଟକର ବାଣିଜ୍ୟିକ ରାଜଧାନୀ ତଥା ଦକ୍ଷିଣ-ପଶ୍ମିମ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ଥିବା ହୁବଲ୍ଲିରେ ହେବ ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ । ଯଦି ଯୋଜନା ମୁତାବକ ସବୁକିଛି ଠିକ୍ ଠାକ୍ ଚାଲେ, ତାହେଲେ ବର୍ଷକ ମଧ୍ୟରେ ଦୀର୍ଘତମ ପ୍ଲାଟଫର୍ମ ତାଲିକାରେ ଏହାର ନାଁ ନିଶ୍ଚିତରୂପେ ଯୋଡ଼ି ହୋଇଯିବ । ଏବେ ଜୋରସୋରରେ ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ ।

ପ୍ରକଳ୍ପ ଅନୁଯାୟୀ ହୁବ୍ବଲ୍ଲି ଷ୍ଟେସନର ୧ ନମ୍ୱର ପ୍ଲାଟଫର୍ମର ଦୈର୍ଘ୍ୟ ୫୫୦ ମିଟରରୁ ୧୪ ଶହ ମିଟରକୁ ବୃଦ୍ଧି କରାଯିବ । ଆଉ ଏହି ପ୍ଲାଟଫର୍ମର ପ୍ରସ୍ଥ ରହିବ ୧୦ ମିଟର । ସେହିପରି ହୁବଲ୍ଲି ଷ୍ଟେସନରେ ମୋଟ ୫ଟି ପ୍ଲାଟଫର୍ମ ରହିଛି । ଯାହାକି ୮ଟିକୁ ବୃଦ୍ଧି କରାଯିବାର ଯୋଜନା ରହିଥିବା କହିଛନ୍ତି ଦକ୍ଷିଣ-ପଶ୍ଚିମ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଇ. ବିଜୟା ।

ସେହିପରି ଏହି ପ୍ରକଳ୍ପର ଏକ ଅଂଶ ବିଶେଷଭାବେ ହୁବଲ୍ଲି-ବେଙ୍ଗୁଳୁରୁ ରେଳପଥର ଦୋହରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏହାଛଡ଼ା ଇନସ୍ପେକ୍ସନ କ୍ୟାରେଜ ଲାଇନକୁ ପୂର୍ଣ୍ଣକ୍ଷମ ପ୍ଲାଟଫର୍ମରେ ପରିଣତ କରାଯିବାକୁ ମଧ୍ୟ ଯୋଜନା ରହିଥିବା କହିଛନ୍ତି ସିପିଆରଓ । ୨୦୧୯ ମସିହା ନଭେମ୍ୱରରୁ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷେ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏସମସ୍ତ କାର୍ଯ୍ୟ ଲାଗି ୯୦ କୋଟି ଟଙ୍କାର ବଜେଟ୍ ରହିଛି ।

ବର୍ତ୍ତମାନ ଗୋରଖପୁରରେ ରହିଛି ବିଶ୍ୱର ଦୀର୍ଘତମ ପ୍ଲାଟଫର୍ମ । ଯାହାର ଲମ୍ୱ ରହିଛି ୧୩ଶହ ୬୬ ମିଟର । ଆଉ ଖୁବ୍ ଶୀଘ୍ର ଗୋରଖପୁରକୁ ପଛରେ ପକାଇ ବିଶ୍ୱର ଦୀର୍ଘତମ ପ୍ଲାଟଫର୍ମର ମାନ୍ୟତା ହାସଲ କରିବାକୁ ଯାଉଛି ହୁବଲ୍ଲି ଜଙ୍କସନ୍ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Sambad Odia
Top
// // // // $find_pos = strpos(SERVER_PROTOCOL, "https"); $comUrlSeg = ($find_pos !== false ? "s" : ""); ?>