ଝାରସୁଗୁଡା: ପୁଣି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ । ମାନିଲେନି ନିୟମ । ସିଲ୍ ହେଲା ୩ଟି ନର୍ସିଂହୋମ୍ । ଝାରସୁଗୁଡାରେ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ତିନୋଟି ନର୍ସିଂହୋମ୍କୁ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ନେଇ ସୂଚନା ମିଳିଛି । ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ, ଆର. କେ. ମଲଟିକେୟାର ହୋମ, ଲକ୍ଷ୍ୟ କେୟାରକୁ ସିଲ୍ କରିଛି ପ୍ରଶାସନ। ଜିଲ୍ଲାରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମ୍ରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ଯାଞ୍ଚ ଆରମ୍ଭ ହୋଇଛି । ଝାରସୁଗୁଡା ଜିଲ୍ଲାରେ ଥିବା ଅନେକ ଘରୋଇ ନର୍ସିଂ ହୋମ୍ କୋଭିଡ ପାଇଁ ଥିବା ସରକାରୀ ଗାଇଡ ଲାଇନ୍ ନିୟମ ମାନୁ ନ ଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।