Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ବାଲିଅନ୍ତା ମୃତକ ସୌମ୍ୟଙ୍କ ପରିବାର, ଦେଲେ ଖୋଲା ଚେତାବନୀ

କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ବାଲିଅନ୍ତା ମୃତକ ସୌମ୍ୟଙ୍କ ପରିବାର, ଦେଲେ ଖୋଲା ଚେତାବନୀ

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ତଦନ୍ତପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରି ଆଜି ରାଜଧାନୀ ରାଜରାସ୍ତାରେ ପ୍ରତିବାଦ କରିବା ସହ ଦାବି ଜଣାଇଛନ୍ତି ମୃତକଙ୍କ ପରିବାର ଲୋକେ। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାକୁ ଚାହୁଁଥିଲେ ଓ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ।

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଭେଟ ହୋଇପାରିନଥିଲା।

ଏହାପରେ ସେ କହିଛନ୍ତି ମୃତ ସୌମ୍ୟ ରଞ୍ଜନଙ୍କ ମାଆ କବିତା ସ୍ୱାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ କଥା ହୋଇ ସେମାନେ ଫେରିଆସିଲୁ। ତାଙ୍କ କହିବା ଅନୁସାରେ, ବ୍ୟକ୍ତିଗତ ସଚିବ ୪ରୁ ୮ ଦିନ ସମୟ ମାଗିଛନ୍ତି। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେଖା କରିବାକୁ ଡାକିବେ ଏବଂ ଆବଶ୍ୟକ ହେଲେ ଉଚିତ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦିଆଯାଇଛି।

ଅନ୍ୟପଟେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସୌମ୍ୟଙ୍କ ମାଆ ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ରାଇମବ୍ରାଞ୍ଚ ଏହି କେସ୍‌କୁ ଦବାଇବାକୁ ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। କେବଳ ପରିବାରର ସନ୍ତୁଷ୍ଟି ପାଇଁ ଉପରଠାଉରିଆ ଭାବେ କିଛି କଥା କୁହାଯାଉଛି ବୋଲି ମଧ୍ୟ ସେ କହିଛନ୍ତି। ଠିକ ସମୟରେ ବିବାଦର ସମାଧାନ ନହେଲେ ସୌମ୍ୟଙ୍କ ମାଆ ଓ ଗ୍ରାମବାସୀ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia