Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲଗାଣ ବର୍ଷାରେ ଉଛୁଳୁଛି ସାଲୁଙ୍କି ନଦୀ, କାଠ ଆଣିବାକୁ ଯାଇ ଫଶିଲେ ୨ ମହିଳା

ଲଗାଣ ବର୍ଷାରେ ଉଛୁଳୁଛି ସାଲୁଙ୍କି ନଦୀ, କାଠ ଆଣିବାକୁ ଯାଇ ଫଶିଲେ ୨ ମହିଳା

ବୌଦ୍ଧ: ବର୍ତ୍ତମାନ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ବୌଦ୍ଧ ଜିଲ୍ଲାର ସାଲୁଙ୍କି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ଭିତରେ ଏକ ବଡ ଅଘଟଣରୁ ବଞ୍ଚି ଯାଇଛି ୨ ଜୀବନ । ଜାଳ ଆଣିବାକୁ ଯାଉଥିବା ବେଳେ ଉଛୁଳା ସ୍ରୋତ ଭିତରେ ଫସିଥିଲେ ଲକ୍ଷ୍ମୀପଦରର ୨ ମହିଳା ।

ଅଚାନକ ଜଳସ୍ତର ବଢ଼ିଯିବାରୁ ୨ ମହିଳା ଏକ ଟାପୁରେ ରହିଥିଲେ ।

ଉଭୟ ହେଲେ ଲକ୍ଷ୍ମୀପଦର ଗାଁର ଯଶବନ୍ତି ନାୟକ ଓ ଅନ୍ୟଜଣେ ତାଙ୍କ ସମ୍ପର୍କୀୟା କୁମାରୀ ମାଝୀ ବୋଲି ସୂଚନା ମିଳିଛି । ଖବର ପାଇବା ପରେ ୨ ମହିଳା ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ବୌଦ୍ଧ ଅଗ୍ନିଶମ ବାହିନୀ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia