Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାର୍ଚ୍ଚରୁ ଆରମ୍ଭ ହୋଇପାରେ ପ୍ରୟାଗରାଜ-ଭୁବନେଶ୍ୱର ବିମାନ ସେବା

ମାର୍ଚ୍ଚରୁ ଆରମ୍ଭ ହୋଇପାରେ ପ୍ରୟାଗରାଜ-ଭୁବନେଶ୍ୱର ବିମାନ ସେବା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରୁ ଭୁବନେଶ୍ୱରରୁ ଉତ୍ତରପ୍ରଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପ୍ରୟାଗରାଜକୁ ବିମାନ ଯୋଗେ ଯାତ୍ରା କରିବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସ ମାର୍ଚ୍ଚ ୨୮ରୁ ପ୍ରୟାଗରାଜରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବାର ସମ୍ଭାବନା ରହିଛି।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)ର ଆଞ୍ଚଳିକ ନିର୍ଦ୍ଦେଶକ ଅଚଲ ପ୍ରକାଶ କହିଛନ୍ତି, "ପ୍ରୟାଗରାଜ ଭଳି ଦେଶର ପ୍ରମୁଖ ସହର ସହ ଆକାଶମାର୍ଗରେ ଯୋଡ଼ି ହେବାକୁ ଯାଉଛି। କାରଣ ଏହି ସହରଟି ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ।"

ଇଣ୍ଡିଗୋ ରିଲିଜ୍ ଅନୁଯାୟୀ, ଏୟାରଲାଇନ୍ସ ମଧ୍ୟ ରିଜିଓନାଲ କନେକ୍ଟିଭିଟି ସ୍କିମ୍ (ଆରସିଏସ୍) ଅଧୀନରେ ଭୁବନେଶ୍ୱର ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia