Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୃତ୍ୟୁର ୪ ମାସ ପରେ ଦିଆଯିବ କବର; ଅଲି ଖାମେନିଙ୍କ ଅନ୍ତିମ ସଂସ୍କାରରେ ସାମିଲ ୨ କୋଟି!

ମୃତ୍ୟୁର ୪ ମାସ ପରେ ଦିଆଯିବ କବର; ଅଲି ଖାମେନିଙ୍କ ଅନ୍ତିମ ସଂସ୍କାରରେ ସାମିଲ ୨ କୋଟି!

ତେହେରାନ: ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ସମୟରେ ଇସ୍ରାଏଲୀ ଏୟାର ଷ୍ଟ୍ରାଇକରେ ମୃତ୍ୟୁବରଣ କରିଥିବା ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଦୀର୍ଘ ୪ ମାସ ପରେ ଦିଆଯିବ କବର। ଯେଉଁଥିପାଇଁ ଶନିବାର ଦିନ ଇରାନ ତାଙ୍କର ଅନ୍ତିମ ସଂସ୍କାର ଆରମ୍ଭ କରିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସରକାର ଆଶା କରିଛନ୍ତି ଯେ ଲକ୍ଷ ଲକ୍ଷ ଲୋକ ଏହି ସମାରୋହରେ ଯୋଗ ଦେବେ।

ଆମେରିକା ସୃଷ୍ଟିର ୨୫୦ତମ ବାର୍ଷିକୀ, ଜୁଲାଇ ୪ ରେ ଇରାନ ଶୋକ ଆରମ୍ଭ କରିବା ସମୟରେ ଅନ୍ତିମ ସଂସ୍କାର ଆରମ୍ଭ ହୋଇଥିଲା। ଏହି ସମାରୋହ ଏପରି ସମୟରେ ହୋଇଥିଲା ଯେତେବେଳେ ଇରାନ ଆମେରିକା ସହିତ ଯୁଦ୍ଧର ସ୍ଥାୟୀ ଅନ୍ତ ପାଇଁ ଆଲୋଚନା କରିବାକୁ ଚେଷ୍ଟା କରୁଛି।

ଇରାନର ରାଜଧାନୀର ଗ୍ରାଣ୍ଡ ମୋସାଲାରେ ଖାମେନିଙ୍କ ମୃତଦେହକୁ ଏକ କଫିନରେ ରଖାଯାଇଥିଲା। ଏହି ଦୃଶ୍ୟ ଦେଖି ଶୋକସନ୍ତପ୍ତ ଲୋକମାନେ କାନ୍ଦି ପକାଇଥିଲେ, ଏବଂ କେତେକ ସ୍ଲୋଗାନ ଦେଇଥିଲେ, 'ଆମର କଥା ଏକ! ପ୍ରତିଶୋଧ! ପ୍ରତିଶୋଧ!' ଆଉ କେତେକ ବ୍ୟାନର ଏବଂ ପତାକା ଧରିଥିଲେ। ଯେତେବେଳେ ତେହେରାନ ସାରା ବିଲବୋର୍ଡରେ ଖାମେନିଙ୍କ ପ୍ରତିଛବି ଥିଲା। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ, ସଂସଦ ବାଚସ୍ପତି ତଥା ମୁଖ୍ୟ ସଂଯୋଜକ ମହମ୍ମଦ ଘଲିବାଫ୍‌, ଆଇଆରଜିସି କମାଣ୍ଡର ଅହମ୍ମଦ ଭାହିଦଙ୍କ ସମେତ ଦେଶର ପ୍ରମୁଖ ରାଜନେତା ଓ ସାମରିକ ନେତାମାନେ ଉପସ୍ଥିତ ରହି ଖାମେନିଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ। ଜୀବନ ପ୍ରତି ବିପଦ ଥିବା କାରଣରୁ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଖାମେନିଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଅନୁପସ୍ଥିତ ଥିଲେ। ରାଷ୍ଟ୍ରୀୟ ଏକତାର ପ୍ରତୀକ ଭାବରେ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପ୍ରାୟ ୧.୫ ରୁ ୨ କୋଟି ଲୋକଙ୍କୁ ଏକାଠି କରିବା ପାଇଁ ସରକାରୀ ସ୍ତରରେ ଯାତାୟାତ, ରହିବା ଏବଂ ଖାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜୁଲାଇ ୪ରୁ ୯ ପର୍ଯ୍ୟନ୍ତ ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଅନୁଷ୍ଠିତ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia