Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନବରଙ୍ଗପୁର ରାଜନୀତିରେ ହଟଚମଟ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଓ କଂଗ୍ରେସକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ!

ନବରଙ୍ଗପୁର ରାଜନୀତିରେ ହଟଚମଟ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଓ କଂଗ୍ରେସକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ!

ବରଙ୍ଗପୁର: ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ସବୁ ରାଜନୈତିକ ଦଳ ନିଜର ତୃଣମୂଳ ସଙ୍ଗଠନକୁ ମଜବୁତ କରିବା ପାଇଁ ଗାଁ ମୁହାଁ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବିଜୁ ଜନତା ଦଳ ଏବଂ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ୫୦୦ରୁ ଊର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ କର୍ମୀ ନିଜର ପୁରୁଣା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ବହୁଳ ମାତ୍ରାରେ ଦଳବଦଳ ଜିଲ୍ଲା ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିଛି।

ନେତୃତ୍ୱ ପ୍ରତି ଅସନ୍ତୋଷ କାରଣରୁ ଦଳବଦଳ

ନବରଙ୍ଗପୁରରେ ଆୟୋଜିତ ଏକ ବିଶାଳ 'ମିଶ୍ରଣ ପର୍ବ'ରେ ଏହି ସମସ୍ତ କର୍ମୀ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି। ନିଜ ପୁରୁଣା ଦଳର ନେତୃତ୍ୱ ପ୍ରତି ଅସନ୍ତୋଷ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ଅଣଦେଖା ଅଭିଯୋଗ ଆଣି ସେମାନେ ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି।

ଅନେକ କର୍ମୀ ଅଭିଯୋଗ କରିଛନ୍ତି ଯେ, ସେମାନେ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିବା ସତ୍ତ୍ୱେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁନଥିଲା।

ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେମାନେ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସ୍ଥାନୀୟ ବିଜେପି ନେତୃବୃନ୍ଦ ଏବଂ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନୂଆ କରି ସାମିଲ ହୋଇଥିବା କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା।

ପଞ୍ଚାୟତ ନିର୍ବାଚନ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗହଳିରେ ରାଜନୈତିକ ଉଷ୍ମତା ତେଜୁଥିବା ବେଳେ ବିଜେଡି ଓ କଂଗ୍ରେସର ଏତେ ସଂଖ୍ୟକ କର୍ମୀ ଦଳ ଛାଡ଼ିବା, ସମ୍ପୃକ୍ତ ଦଳଗୁଡ଼ିକ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗାଁ ସ୍ତରରେ ଏହି କର୍ମୀମାନଙ୍କର ନିଜସ୍ୱ ଭୋଟ୍ ବ୍ୟାଙ୍କ ଏବଂ ପ୍ରଭାବ ଥିବାରୁ, ଏହା ନିର୍ବାଚନ ଫଳାଫଳ ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ

କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia