ମୟୂରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପର୍ଯ୍ୟଟକଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
ଶିମିଳିପାଳରେ ରାତ୍ରି ଯାପନ କରିବାକୁ ହେଲେ ଅନ୍ଲାଇନ୍ରେ ବୁକିଂ କରିପାରିବେ ପର୍ଯ୍ୟଟକ ।
ଅଭୟାରଣ୍ୟକୁ ପ୍ରବେଶ ସମୟରେ ମାସ୍କ ପରିଧାନ ସହ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଛି । ରାତ୍ରି ଯାପନ ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ ଗୁଡ ଗୁଡିଆ ଆଦି ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ, କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀରର ବ୍ୟବସ୍ଥା ହୋଇଛି ।

