Dailyhunt
ନିର୍ମାଣ ହେବ ଆଉ ୨୨ଟି ଏମ୍‌ସ

ନିର୍ମାଣ ହେବ ଆଉ ୨୨ଟି ଏମ୍‌ସ

ନୂଆଦିଲ୍ଲୀ: ଏମ୍‌ସ କୁ ସ୍ୱାସ୍ଥ୍ୟ କ୍ଷେତ୍ରର ଏକ 'ଲାଇଟହାଉସ୍' ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ। ସେ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ପ୍ରାଥମିକ ଡାକ୍ତରଖାନା ନିର୍ମାଣ ପାଇଁ ଦାବି ବୃଦ୍ଧି ପାଇଛି। ମାଣ୍ଡଭ୍ୟ କହିଛନ୍ତି, "ଏମ୍‌ସ ହେଉଛି ସ୍ୱାସ୍ଥ୍ୟ କ୍ଷେତ୍ରର 'ଲାଇଟହାଉସ୍'।

ଲୋକମାନଙ୍କ ଏମ୍‌ସ ପ୍ରତି ବିଶ୍ବାସ ରହିଛି। ଯେଉଁଥିପାଇଁ ଆଗକୁ ଦେଶର ବିଭିନ୍ନ ରାଜ୍ୟରେ ଆହୁରି ଏମ୍‌ସ ନିର୍ମାଣ ପାଇଁ ଯୋଜନା ଚାଲିଛି। ସୂଚନା ଅନୁଯାୟୀ ଆହୁରି ୨୨ଟି ଏମ୍‌ସ ନିର୍ମାଣ ହେବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ଏଥିସହ ସେ କହିଛନ୍ତି ଯେ ଦେଶରେ ସ୍ୱାସ୍ଥ୍ୟ ଏବଂ ବିକାଶକୁ ଏକତ୍ର କରିବା ଏକ ପରମ୍ପରା ନୁହେଁ, ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କରିଛନ୍ତି। ଏମ୍‌ସର ୬୬ ତମ ଫାଉଣ୍ଡେସନ ଡେରେ ଯୋଗ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ସ୍ୱାସ୍ଥ୍ୟ ବଜେଟକୁ ୨.୪୦ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି।

ବର୍ତ୍ତମାନ ଭାରତରେ ସମୁଦାୟ ୯ଟି ଏମ୍‌ସ ଅଛି, ଯେଉଁଥିରୁ ଦିଲ୍ଲୀ ଏମ୍‌ସ ସର୍ବ ପୁରାତନ ଅଟେ। ଏମ୍‌ସ ଦିଲ୍ଲୀ ୧୯୫୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia