Saturday, 23 Jan, 10.40 pm ଓଡିଶା ସମ୍ବାଦ

ହୋମ
ଓଡ଼ିଶାରେ ୨୨ ହଜାର ସ୍ବାସ୍ଥ୍ୟ କର୍ମୀ ନେଲେ କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ୨୧,୩୦୪ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦେବାକୁ ଟାର୍ଗେଟ୍ ରହିଥିବା ବେଳେ ଶନିବାର ଦିନ ୨୨,୩୬୪ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି। ଯାହାକୁ ମିଶାଇ ଟିକାକରଣ ହାର ୧୦୫%ରେ ପହଞ୍ଚିଛି।

ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ଦିନ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୪ ଜିଲ୍ଲାରେ ୨୨୪ଟି ସେସନରେ କରୋନା ଟିକାକରଣ କରାଯାଇଥିଲା।

ପ୍ରାୟ ୧୪ଟି ଜିଲ୍ଲାରେ ୧୦୦% ଟିକାକରଣ ଉପରେ ରିପୋର୍ଟ କରିଛନ୍ତି। ତନ୍ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୨୧.୭% ଟିକାକରଣ ହୋଇଥିଲା ବେଳେ ସୋନପୁରରେ ୧୧୯.୭% ରହିଛି।

ସେହିପରି ଭଦ୍ରକରେ ୧୧୬.୮% ଟିକାକରଣ ହୋଇଥିଲା ବେଳେ ବାଲାଙ୍ଗିରରେ ସର୍ବନିମ୍ନ ୫୦% ଟିକାକରଣ ପଞ୍ଜିକୃତ ହୋଇଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Sambad Odia
Top