ଭୁବନେଶ୍ୱର: ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର କୁମାର ପୂର୍ଣ୍ଣିମା।
ଏହି କୁମାର ପୂର୍ଣ୍ଣିମା ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । କୁମାରୀ ମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ ହୋଇଥାଏ।
ଆଜିର ଦିନରେ ବଡିଭୋରରୁ ଉଠି କୁମାରୀମାନେ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି ପ୍ରସ୍ତୁତ ହୋଇପଡନ୍ତି ସକାଳର ପୂଜାରେ (ଆଞ୍ଜୁଳି ଟେକା) ।
ସେହିପରି ସନ୍ଧ୍ୟା ସମୟରେ ଚଉଁରା ମୂଳରେ ବନ୍ଦାପନା କରି ପୂଜା ଶେଷ ହେବାପରେ କୁମାରୀମାନେ ଚାନ୍ଦ ଭୋଗ ଖାଆନ୍ତି ।
ଏହି କୁମାର ପୁର୍ଣ୍ଣିମା ଅବସରରେ ଗାଁ ଗହଳୀରେ ସାରା ରାତି ପୁଚି ଖେଳ, ପଶାଖେଳ, କବାଡି ଆଦିର ଆସର ଜମିଥାଏ ।

