ଭୁବନେଶ୍ୱର: ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର କୁମାର ପୂର୍ଣ୍ଣିମା। ଏହି କୁମାର ପୂର୍ଣ୍ଣିମା ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । କୁମାରୀ ମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ ହୋଇଥାଏ। ଆଜିର ଦିନରେ ବଡିଭୋରରୁ ଉଠି କୁମାରୀମାନେ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି ପ୍ରସ୍ତୁତ ହୋଇପଡନ୍ତି ସକାଳର ପୂଜାରେ (ଆଞ୍ଜୁଳି ଟେକା) ।