Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଫାଇନାଲ ପୂର୍ବରୁ କଡ଼ା ନିର୍ଦ୍ଦେଶ ଜାରି କଲା ବେଙ୍ଗାଲୁରୁ ପୋଲିସ, RCB ଜିତିଲେ ବି ରାସ୍ତାରେ ହେବନି ସେଲିବ୍ରେସନ୍

ଫାଇନାଲ ପୂର୍ବରୁ କଡ଼ା ନିର୍ଦ୍ଦେଶ ଜାରି କଲା ବେଙ୍ଗାଲୁରୁ ପୋଲିସ, RCB ଜିତିଲେ ବି ରାସ୍ତାରେ ହେବନି ସେଲିବ୍ରେସନ୍

ବେଙ୍ଗାଲୁରୁ: IPL ୨୦୨୬ ଫାଇନାଲ୍ ରବିବାର, ମେ ୩୧ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଟାଇଟଲ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ପରସ୍ପରକୁ ମୁହାଁମୁହିଁ ହେବେ । ବେଙ୍ଗାଲୁରୁ ୨୦୨୫ ସିଜିନ୍‌ର ଚାମ୍ପିଅନ୍ ଥିଲା, ଏବଂ ଗୁଜରାଟ ୨୦୨୨ ସିଜିନ୍‌ର ଚାମ୍ପିଅନ୍ ଥିଲା ।

ଉଭୟଙ୍କ ପାଖରେ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ ହେବାର ସୁବର୍ଣ୍ଣ ସୁଯୋଗ ଅଛି । ତେବେ ଏହି ଫାଇନାଲ ଫାଇଟ୍‌ ପୂର୍ବରୁ RCB ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି ।

ଶୁକ୍ରବାର ଦିନ, ବେଙ୍ଗାଲୁରୁ ପୋଲିସ ଏକ ପରାମର୍ଶ ଜାରି କରି ଲୋକଙ୍କୁ ବାଣ ନ ଫୁଟାଇବାକୁ କିମ୍ବା RCBର ବିଜୟକୁ ପାଳନ କରିବା ପାଇଁ ରାସ୍ତାରେ ବହୁ ସଂଖ୍ୟାରେ ଏକାଠି ନ ହେବାକୁ ଅନୁରୋଧ କରିଥିଲା । ଗତ ବର୍ଷ ମଧ୍ୟ ଏହି ଘଟଣା ଘଟିଥିଲା, ଯେତେବେଳେ ଜୁନ୍ ୪ ତାରିଖରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା, ଯାହା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହା ସହ ରାସ୍ତାରେ LED ଲଗାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ କହିଛି ଯେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା LED ଲଗାଯାଇ ପାରିବ ନାହିଁ । ସେହିପରି ପୂର୍ବରୁ ଯେଉଁଠାରେ LED ଲଗାଯାଇଛି ସେଠାରେ ମଧ୍ୟ ଲାଇଭ୍‌ ମ୍ୟାଚ୍‌ ପ୍ରସାରଣ କରିବାକୁ ଅନୁମତି ଦିଆଯିବ ନାହିଁ ।

ଏହା ସହ ସୋସିଆଲ ମିଡିଆରେ ଯେପରି କୌଣସି ଆପତ୍ତିଜନକ ପୋଷ୍ଟ ନ ଅପଲୋଡ କରିବେ ସେନେଇ ସାଇବର ପୋଲିସ ନଜର ରଖିବ । ସମ୍ଭାବ୍ୟ ଝଗଡ଼ା ଏଡାଇବା ପାଇଁ ସାର୍ବଜନୀନ ସ୍ଥାନରେ ମଦ୍ୟପାନ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia