Saturday, 25 Sep, 7.26 pm ଓଡିଶା ସମ୍ବାଦ

ହୋମ
ପିପିଲି ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଲୋକ ଚାହୁଁଛନ୍ତି ପରିବର୍ତ୍ତନ କହିଲେ ଧର୍ମେନ୍ଦ୍ର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ଆଜି ବିଜେପି କାର୍ଯ୍ୟଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୬ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଧର୍ମେନ୍ଦ୍ର ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ପିପିଲିର ମଙ୍ଗଳପୁର ଏବଂ ଚନ୍ଦ୍ରାଦେଇପୁର ,ଲକ୍ଷ୍ମୀନାରାୟଣପୁର ଏବଂ ଗୁଡ଼ିଆ ପଖୋରୀଠାରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ପିପିଲିରେ ପ୍ରଚାର କରିବା ସମୟରେ ଫୋନି ସହାୟତା ପ୍ରସଙ୍ଗ କଥା ଧର୍ମେନ୍ଦ୍ର ଉଠାଇଥିଲେ । ଓଡ଼ିଶାରେ ଗତ ୨ ବର୍ଷ ତଳେ ଫୋନି ମହାବାତ୍ୟା ହୋଇଥିଲା ନିଜେ ପ୍ରଧାନମନ୍ତ୍ରୀ ଏ ଅଞ୍ଚଳ ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀ ଭଙ୍ଗାଘର ସହ ନୂତନ ଘର ନିର୍ମାଣ ପାଇଁ ଲୋକ ମାନଙ୍କ ପାଖକୁ ସାହାଯ୍ୟ ପଠାଇଥିଲେ । କିନ୍ତୁ ଶାସକ ଦଳ ନିଜ କର୍ମୀ ମାନଙ୍କ ମାଧ୍ୟମରେ ଫୋନି ସହାୟତା ଦେବାକୁ ଷଡଯନ୍ତ୍ର କରିଥିଲେ।

ଯାହାକୁ ଲୋକ ବିରୋଧ କରିଥିଲେ ।ଫଳରେ ଲୋକମାନଙ୍କୁ ଏ ସହାୟତା ଏପର୍ଯ୍ୟନ୍ତ ମିଳିନାହିଁ । ଶାସକ ଦଳ ଉପରେ ବିଭିନ୍ନ ପ୍ରସଙ୍ଗ ଉଠାଇ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶାସକ ଦଳ ଅପାରଗତା ଦେଖାଇବା ସହ ପିପିଲି ବାସୀ ଏଥର ପରିବତ୍ତନ ଚାହୁଁଛନ୍ତି ବୋଲି ସେ କହିଛନ୍ତିା ଯାହା ବିରୋଧରେ ଏଥର ପିପିଲି ବାସୀ ଭୋଟ ଦେବେ । ପିପିଲିର ବିକାଶ ପାଇଁ ନରେନ୍ଦ୍ର ମୋଦିଙ୍କୁ ଭରାସା କରି ଲୋକ ଆଶ୍ରିତ ପଟ୍ଟନାୟକଙ୍କୁ ବିଧାନସଭା ପଠାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର ୩ ଟା ଦିନ ବାକି ଥିବା ବେଳେ ଭୋଟରଙ୍କୁ ମନାଇବା ପାଇଁ ଲାଗିପଡ଼ିଛନ୍ତି ରାଜନୈତିକ ଦଳ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Sambad Odia
Top