Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରସିଦ୍ଧ ଗାୟକ ଏସ୍‌ପି ବାଲସୁବ୍ରମଣ୍ୟମ କରୋନା ପଜିଟିଭ

ପ୍ରସିଦ୍ଧ ଗାୟକ ଏସ୍‌ପି ବାଲସୁବ୍ରମଣ୍ୟମ କରୋନା ପଜିଟିଭ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଏସପି ବାଳସୁବ୍ରମଣ୍ୟମ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ବିଷୟରେ ସେ ନିଜେ ବୁଧବାର ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କିଛି ଦିନ ତଳେ ଜ୍ବର,ଥଣ୍ଡା ହୋଇଥିଲା, ଯାହା ପରେ ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା।

ପରେ ସେ କୋଭିଡ ୧୯ରେ ସଂକ୍ରମିତ ବୋଲି ଜଣା ପଡ଼ିଛନ୍ତି। ଡାକ୍ତର ତାଙ୍କୁ ଘରେ ହିଁ କ୍ବାରେଣ୍ଟାଇନ୍ ରହିବାକୁ ଏବଂ ଔଷଧ ଖାଇବାକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ତାଙ୍କ ପରିବାର ଲୋକେ ଚିନ୍ତିତ ଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ବୋଲି ସେ କହିଛନ୍ତି। ଜ୍ବର କମିଯାଇଛି କିନ୍ତୁ ଥଣ୍ଡା,କାଶ ଏବେ ବି ଜାରି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia