Sunday, 11 Apr, 10.31 pm ଓଡିଶା ସମ୍ବାଦ

ଦେଶ -ବିଦେଶ
ରାହୁଲ ଦ୍ରାବିଡଙ୍କ ଭାଇରାଲ୍‌ ଆଡ୍‌ ଜରିଆରେ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି ମୁମ୍ବାଇ ପୋଲିସ

ମୁମ୍ବାଇ: ସୋସିଆଲ ମିଡିଆରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ରାହୁଲ ଦ୍ରାବିଡ ଏବେ ଚର୍ଚ୍ଚାରେ ଅଛନ୍ତି।

ରାହୁଲ ଦ୍ରାବିଡ ନିକଟରେ ଏକ କ୍ରେଡିଟ କାର୍ଡ ପେମେଣ୍ଟ ଆପ ପାଇଁ ଏକ ବିଜ୍ଞାପନରେ ପ୍ରଦର୍ଶନ କରିଥିଲେ। ନିଜ ଶାନ୍ତ ବ୍ୟବହାର ପାଇଁ ଜଣାଶୁଣା ଥିବା କ୍ରିକେଟର ରାହୁଲ ଦ୍ରାବିଡଙ୍କର କ୍ୟାମେରାରେ ଏକ ନୂଆ ରୂପ ଦେଖିବାକୁ ମିଳିଥିଲା।

ତେବେ ମାସ୍କକୁ ନେଇ ସଚେତନତା ପ୍ରସାର କରିବା ପାଇଁ ମୁମ୍ୱାଇ ପୋଲିସ୍ ରାହୁଲ ଦ୍ରାବିଡଙ୍କ ଭାଇରାଲ୍ ଆଡ୍‌ ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

View this post on Instagram

View this post on Instagram

A post shared by Mumbai Police (@mumbaipolice)

ଭିଡିଓଟି ସୋସିଆଲ୍‌ ମିଡିଆରେ ପୋଷ୍ଟ ହେବା ପରଠାରୁ ଟ୍ରେଣ୍ଡ୍‌ କରିବା ଆରମ୍ଭ କରିଛି। ବର୍ତ୍ତମାନ ଅନେକ ପୋଲିସ ବିଭାଗର ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ଏହି ଭାଇରାଲ ଟ୍ରେଣ୍ଡରେ ଯୋଗ ଦେଉଛନ୍ତି। ଏହାସହ ରାହୁଲ ଦ୍ରାବିଡଙ୍କ ଏହି ଡାଏଲଗ୍‌ ବ୍ୟବହାର କରି ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରୁଛନ୍ତି।

ମୁମ୍ବାଇ ପୋଲିସ ଇନଷ୍ଟାଗ୍ରାମରେ ଭିଡିଓରୁ ରାହୁଲ ଦ୍ରାବିଡଙ୍କ ସ୍କ୍ରିନଗ୍ରାବ ସେୟାର କରି ଲେଖିଛନ୍ତି ଯେ ମାସ୍କ, ଭାଇରସ ଆପଣଙ୍କ ନିକଟକୁ ଆସୁଛି। ଏହାସହିତ ସମଗ୍ର ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ସେମାନେ ମାସ୍କ ପିନ୍ଧିବାର ମହତ୍ତ୍ୱ ବିଷୟରେ କହୁଥିବା ଦେଖିବାକୁ ମିଳିଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Sambad Odia
Top