Dailyhunt
ରାଜ୍ୟରୁ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ରାଜ୍ୟରୁ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ୧୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନରୁ ୯୩୭ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୭୮।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୨୯, ପୁରୀରୁ ୧୨୩, ଅନୁଗୁଳରୁ ୭୨, ବାଲେଶ୍ବରରୁ ବରଗଡରୁ ୫, ଭଦ୍ରକରୁ ୬୦, ବଲାଙ୍ଗୀରରୁ ୭, ବୌଦ୍ଧରୁ ୧୧, ବେଓଗଡରୁ ୯, ଢେଙ୍କାନାଳରୁ ୩୦, ଗଜପତିରୁ ୨, ଗଞ୍ଜାମରୁ ୭, ଜଗତସିଂହପୁରରୁ ୯୬, ଯାଜପୁରରୁ ୭୦, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୪୦, କେନ୍ଦୁଝରରୁ ୧୫, ‌କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୪୮ ନବରଙ୍ଗପୁରରୁ ୧୨, ନୟାଗଡରୁ ୪୨, ନୂଆପଡ଼ାରୁ ୫, ରାୟଗଡାରୁ ୯, ସମ୍ବଲପୁରରୁ ୧୬, ସୋନପୁରରୁ ୯, ସୁନ୍ଦରଗଡରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୭୪୧୩୨ ଥିବା ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୫୧୦୪୯ ରହିଛି। ସେହିପରି ମୋଟ ସକ୍ରିୟ ମାମଲା ରହିଛି୧୭୨୬୨।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia