Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Robbery at Petrol Pump:ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା; ସିସିଟିଭିରେ କଏଦ ହେଲା.

Robbery at Petrol Pump:ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା; ସିସିଟିଭିରେ କଏଦ ହେଲା.

ବାଲେଶ୍ୱର: ଏକ ପେଟ୍ରୋଲ ପମ୍ପରୁ ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିର ସମ୍ପୂର୍ଣ୍ଣ ଲୁଟ୍ ଘଟଣା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନାନୁସାରେ, ବସ୍ତା-ବାଲିଆପାଳ ରାସ୍ତାରେ ଥିବା ଦରଡ଼ା ପେଟ୍ରୋଲ ପମ୍ପରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଜଣେ ଗ୍ରାହକଙ୍କ ଗାଡ଼ିରେ ପେଟ୍ରୋଲ ଭରୁଥିଲେ। ଏହି ସମୟରେ ନମ୍ବର ପ୍ଲେଟ୍‌ ନଥିବା ଏକ ବୁଲେଟ୍ ମୋଟରସାଇକେଲରେ ଦୁଇଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବାବେଳେ ଅନ୍ୟଜଣ କାଉଣ୍ଟରରୁ ନଗଦ ଟଙ୍କା ନେଇ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ।

ଘଟଣା ପରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ଲୁଟେରାମାନଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଆରମ୍ଭ କରିଛି।

ଲୁଟ୍‌ ହୋଇଥିବା ଟଙ୍କାର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ ଦୁର୍ବୃତ୍ତମାନଙ୍କ ସନ୍ଧାନ ଚଳାଇଛି।

ଖବରମୁତାବକ, ସପ୍ତାହକ ପୂର୍ବରୁ ସିଂଲା ପୋଲିସ ଏକ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରି ସେମାନଙ୍କ ନିକଟରୁ ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିଲା। ଏହା ପରେ ବାଲେଶ୍ୱର ସହରର ଅଡ଼ର ବଜାରରେ ଘଟିଥିବା ଗୁଳିକାଣ୍ଡରେ ଜଣେ ଯୁବ ବ୍ୟବସାୟୀଙ୍କ ପ୍ରାଣହାନି ଘଟିଥିଲା। ଏହି କ୍ରମାଗତ ଅପରାଧିକ ଘଟଣା ପରେ ଜିଲ୍ଲାର ଆଇନଶୃଙ୍ଖଳାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia