ଦିଲ୍ଲୀ:ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ । ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଗଣ ମାଧ୍ୟମ ସହ କଥା ହୋଇ ଭାବ ପ୍ରବଣ ହୋଇପଡ଼ିିଥିଲେ ବାବୁଲ ସୁପ୍ରିୟୋ। ମୁଁ ମୋ ରାଜନୈତିକ ଜୀବନ ବିଜେପିରୁ ଆରମ୍ଭ କରିଛି।
ବାବୁଲ ଟିଏସିରେ ଯୋଗଦେଇଥିଲେ। ହେଲେ ଆଜି ସେ ବିଜେପି ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ମାସରେ ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫେସବୁକ୍ ପୋଷ୍ଟରେ ଲେଖିଥିଲେ ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହା ସ୍ପଷ୍ଟ କରିଥିଲେ ଯେ ସେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ । କିନ୍ତୁ ସେପ୍ଟେମ୍ବର ୧୮ରେ ସେ ଟିଏମସିରେ ଯୋଗ ଦେଇଥିଲେ ।ହେଲେ ଆଜି ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛିା

