Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
SCB ମେଡିକାଲ୍‌ କଲେଜର DEO ଗିରଫ

SCB ମେଡିକାଲ୍‌ କଲେଜର DEO ଗିରଫ

ଟକ: SCB ମେଡିକାଲ୍‌ କଲେଜ ଅଧୀକ୍ଷକଙ୍କ ଅଫିସ୍‌ର DEO ଗିରଫ। ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ୍। ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। କର୍ମଚାରୀମାନଙ୍କ ସମସ୍ତ ଦରମା କାମ DEOଙ୍କ ଜରିଆରେ ହେଉଥିଲା।

କଟକ ବଡ଼ ମେଡିକାଲର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୧୦ ବର୍ଷ ମଧ୍ୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ଓ ଆର୍ଥିକ ସୁବିଧା ବାବଦରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍ ଏବଂ ମାଟର୍ନିଟି ଲିଭ୍‌ ଭଳି ବିଭିନ୍ନ ଖର୍ଚ୍ଚ ବାବଦରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ ରହିଛି ।

ଏହି ଘଟଣାକୁ ନେଇ ତଦନ୍ତ ପରେ ମଙ୍ଗଳାବାଗ ପୋଲିସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପୋଲିସ ଗିରଫ କରିଛି । ତେବେ ଏହି ଆର୍ଥିକ ଅନିୟମିତତା କିପରି ହେଲା, ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ସେନେଇ ତଦନ୍ତ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia