Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟିକା ନେଲେ ମିଳିବ ୧୦୦ ଡଲାର

ଟିକା ନେଲେ ମିଳିବ ୧୦୦ ଡଲାର

ନୂଆଦିଲ୍ଲୀ: ଟିକା ନେଲେ ମିଳିବ ୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୭୪୦୦ ଟଙ୍କା। ଆମେରିକା ସରକାର ଆମେରିକାର ଏକ ନିଦ୍ଦିଷ୍ଟ ସହରର ନାଗରିକଙ୍କ ପାଇଁ ଏମିତି ଏକ ଅଫର୍‌ ଆଣିଦେଇଛନ୍ତି। ନ୍ୟୁୟର୍କ ସିଟି ବାସିନ୍ଦାଙ୍କୁ ପ୍ରତି ଟିକାକରଣ ପାଇଁ ୧୦୦ ଡଲାର ପ୍ରଦାନ କରାଯିବ। କରୋନାର ଅତ୍ୟଧିକ ସଂକ୍ରାମକ ଡେଲ୍ଟା ପ୍ରଜାତି ଯେଉଁଭଳି ଭାବରେ ସମଗ୍ର ବିଶ୍ବରେ ବ୍ୟାପୁଛି ତାର ପ୍ରତିକାର ପାଇଁ ସରକାର ,ମଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ସିଟି ମ୍ରେର୍‌ କହିଛନ୍ତି ଯେ ନ୍ୟୁୟର୍କ ନାଗରିକମାନଙ୍କୁ ଶୁକ୍ରବାର ଠାରୁ ଯେକୌଣସି ସହର ଟିକାକରଣ ସ୍ଥାନରେ ଟିକାକରଣ କରାଯିବ।

କରୋନ ସହ ମୁକାବିଲା କରିବା ଲାଗି ପ୍ରମୁଖ ଅସ୍ତ୍ର ହେଉଛି ପ୍ରତ୍ୟେକ ନାଗରିକଙ୍କ ସମ୍ପୂର୍ଣ୍ଣ ଟିକାକରଣ। ସେ କହିଛନ୍ତି ଯେ ଏଥିରୁ ବର୍ତ୍ତିବା ପାଇଁ ହେଲେ ସମ୍ପୂର୍ଣ୍ଣ ଟିକାକରଣ କରିବା ଅତ୍ୟନ୍ତ ଜରୁରୀ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia