Thursday, 25 Feb, 6.10 pm ଓଡିଶା ସମ୍ବାଦ

ଓଡିଶା
ଟ୍ରାକ୍ଟର ମାଡିଯିବାରୁ ଡ୍ରାଇଭର ମୃତ

ଭଞ୍ଜନଗର: ଟ୍ରାକ୍ଟର ଚଢିଯାଇ ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ପାଟପୁରରେ । ନୂଆଗାଁରୁ ଧାନ ଲୋଡ୍ କରି ପାଟପୁର ମିଲକୁ ଆସୁଥିବା ବେଳେ ଅଘଟଣ ଘଟିଛି । ଟ୍ରାକ୍ଟର ମାଡିଯିବା ଯୋଗୁଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନୂଆଗାଁର ଭଜରାମ ଗୌଡ । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବଡଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Sambad Odia
Top