ନୂଆଦିଲ୍ଲୀ:ହରର-ଥ୍ରିଲର 'ତୁମ୍ବାଡ' ସିକ୍ୱେଲ, 'ତୁମ୍ବାଡ 2' ପରଦାରେ ପୁଣି ଧମାକା କରିବ । 'ତୁମ୍ବାଡ 2″ର ନିର୍ମାତା ଫିଲ୍ମର ରିଲିଜ ତାରିଖ ପ୍ରକାଶ କରିଛନ୍ତି । ୨୦୧୮ ମସିହାରେ 'ତୁମ୍ବାଡ' ନାମକ ଏକ ହରର-ଥ୍ରିଲର ଚଳଚ୍ଚିତ୍ର ମୁକ୍ତିଲାଭ ହୋଇଥିଲା। ସେହି ସମୟରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା, କିନ୍ତୁ ୨୦୨୪ ମସିହାରେ ଏହା ପୁନଃ ମୁକ୍ତିଲାଭ କରିଥିଲା, ଯାହା ବ୍ୟାପକ ପ୍ରଶଂସା ପାଇଥିଲା ଏବଂ ଭଲ ବ୍ୟବସାୟ କରିଥିଲା।
ପୁନଃ ମୁକ୍ତିଲାଭର ସଫଳତା ପରେ, ନିର୍ମାତା ଏକ ସିକ୍ୱେଲ୍ ଉପରେ କାମ କରୁଛନ୍ତି। ନିକଟରେ, 'ତୁମ୍ବାଡ ୨' ର ସୁଟିଂ ଚାଲିଥିବା ଖବର ପ୍ରକାଶିତ ହୋଇଥିଲା। ଏବେ, ମୁକ୍ତିଲାଭ ତାରିଖ ପ୍ରକାଶ ପାଇଛି। ସୋହମ ଶାହ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଡିସେମ୍ବର ୩, ୨୦୨୭ରେ ସିନେମା ହଲରେ ରିଲିଜ୍ ହେବାର ଯୋଜନା ରହିଛି ।
ସୋହମ ଶାହ ଆନୁଷ୍ଠାନିକ ଭାବରେ 'ତୁମ୍ବାଡ 2″ ର ରିଲିଜ ତାରିଖ ଘୋଷଣା କରିଛନ୍ତି ।ସୋହମ ଶାହ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'ତୁମ୍ବାଡ 2' ପାଇଁ ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ରିଲିଜ ତାରିଖ ପ୍ରକାଶ ପାଇଛି । ପୋଷ୍ଟର ସେୟାର କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, ' ଆପଣଙ୍କ କ୍ୟାଲେଣ୍ଡରରେ ତାରିଖ ଚିହ୍ନିତ କରନ୍ତୁ: ତୁମ୍ବାଡ୍ 2 ଆସୁଛି ଡିସେମ୍ବର ୩, ୨୦୨୭ରେ ।'

