Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଉମରକୋଟରେ ବିଦ୍ୟୁତ ଆଘାତରେ ଚାଲିଗଲା ଯବାନଙ୍କ ଜୀବନ

ଉମରକୋଟରେ ବିଦ୍ୟୁତ ଆଘାତରେ ଚାଲିଗଲା ଯବାନଙ୍କ ଜୀବନ

ଉମରକୋଟ : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା କାର୍ଯ୍ୟରତ ଯବାନଙ୍କ ଜୀବନ। ଆଉ ଜଣେ ଯବାନ ଗୁରୁତର ହୋଇ ରାଇଘର ହସ୍ପିଟାଲରେ ଭର୍ତି ହେଉଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର କୋଦାଭଟା ସ୍ଥିତ ପୋଲିସ କ୍ୟାମ୍ପରେ ଏହି ଅଘଟଣ ଘଟିଛି।

ଇସାକ ହରିଜନ ନାମକ ଜଣେ ପୋଲିସ ଯବାନ ଆଜି ସକାଳେ ଫୋନରେ କଥା ହେଉଥିବା ସମୟରେ କ୍ୟାମ୍ପର ଝରକାକୁ ଛୁଇଁଦେଇଥିଲେ।

ଏଥିରେ ବିଦ୍ୟୁତ ଝଟକା ଖାଇ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଯବାନ ଟଙ୍କ ସଉରା ସୁଇଚ୍ ବନ୍ଦ କରିବା ସମୟରେ ଆଘାତ ପାଇଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି।

ଇସାକ ହରିଜନଙ୍କ ଘର ନବରଙ୍ଗପୁର ଜିଲ୍ଲାର ଜଟାବାଲି ଗାଁରେ ବୋଲି ସୂଚନା ମିଳିଛି । କ୍ୟାମ୍ପ କ୍ୱାର୍ଟର ଟିଣରେ ସର୍ଟ ସର୍କିଟ ଯୋଗୁଁ ଏଭଳି ଅଘଟଣ ଘଟିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia