ଉମରକୋଟ : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା କାର୍ଯ୍ୟରତ ଯବାନଙ୍କ ଜୀବନ। ଆଉ ଜଣେ ଯବାନ ଗୁରୁତର ହୋଇ ରାଇଘର ହସ୍ପିଟାଲରେ ଭର୍ତି ହେଉଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର କୋଦାଭଟା ସ୍ଥିତ ପୋଲିସ କ୍ୟାମ୍ପରେ ଏହି ଅଘଟଣ ଘଟିଛି। ଇସାକ ହରିଜନ ନାମକ ଜଣେ ପୋଲିସ ଯବାନ ଆଜି ସକାଳେ ଫୋନରେ କଥା ହେଉଥିବା ସମୟରେ କ୍ୟାମ୍ପର ଝରକାକୁ ଛୁଇଁଦେଇଥିଲେ।