Saturday, 09 Nov, 9.43 pm ଓଡିଶା ସମ୍ବାଦ

ହୋମ
ମହାରାଷ୍ଟ୍ରରେ ସରକାର ଗଢିବାକୁ ବିଜେପିକୁ ଡାକରା, ୧୧ ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ନିର୍ଦ୍ଦେଶ

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ମହାରାଷ୍ଟ୍ର ବିଧାନସଭାର କାର୍ୟ୍ୟକାଳ ଆଜି ଶେଷ ହେଉଥିବା ବେଳେ ରାଜ୍ୟପାଳ ଭଗତସିଂହ କୋସିଆରି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କାରଣରୁ ବିଜେପିକୁ ନିମନ୍ତ୍ରଣ କରିଥିବା ସୂଚନାମିଳିଛି। ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି ଓ ଆସନ୍ତା ୧୧ ତାରିଖ ଅର୍ଥାତ ସୋମବାର ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ତାଙ୍କୁ କୁହାଯାଇଛି ।

୨୮୮ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୧୦୫ଟି ଆସନ ସହ ବିଜେପି ଏକକ ସର୍ବବୃହତ୍ ଦଳ ଭାବେ ଉଭା ହୋଇଥିଲା ବେଳେ ସହଯୋଗୀ ଦଳ ଶିବସେନାକୁ ୫୬ଟି ଆସନ ମିଳିଛି। ନିର୍ବାଚନରେ ମେଣ୍ଟକରି ଲଢୁଥିବା ଶିବସେନା ଏବଂ ବିଜେପି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବାଣ୍ଟ ନଛିଡିବା କାରଣରୁ ମହାରାଷ୍ଟରେ ସରକାର ଗଠନ ପାଇଁ ବିଳମ୍ବ ହେଉଥିଲା। ଶନିବାର ମହାରାଷ୍ଟ୍ର ବିଧାନସଭାର କାର୍ୟ୍ୟକାଳ ଶେଷହେଉଥିବା କାରଣରୁ ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ ତାହା ପ୍ରଶ୍ନବାଚୀ ହୋଇରହିଥିଲା।

ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ମଧ୍ୟରୁ ବିଜେପିର ୧୦୫ ଜଣ ସଦସ୍ୟ ଅଛନ୍ତି । ସରକାର ଗଢିବା ପାଇଁ ବିଜେପିକୁ ଆଉ ୪୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ସ୍ୱାଧୀନ ଓ ଛୋଟ ଛୋଟ ଦଳମାନଙ୍କ ମଧ୍ୟରୁ ୧୫ ଜଣ ବିଜେପିକୁ ସମର୍ଥନ କରୁଛନ୍ତି । ଏଣୁ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ବିଜେପିକୁ ଆଉ ୨୫ ଜଣଙ୍କ ସମର୍ଥନ ଆବଶ୍ୟକ ପଡିବ । ଏହାପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନଲାଗୁହେବାର ସମ୍ଭାବନା ରହିଥିଲା। କିନ୍ତୁ ରାଜ୍ୟପାଳ ଏକକ ସର୍ବବୃହତ୍ ଦଳ ଭାବେ ବିଜେପିକୁ ସରାକର ଗଠନ ପାଇଁ ଆମନ୍ତ୍ରଣ କରି ମହାରାଷ୍ଟ୍ର ରାଜନୌତିକ ଡ୍ରାମାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samvad
Top