ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳ ପକ୍ଷରୁ ସୋମବାର ଜିଲ୍ଲାୱାରୀ ମହିଳା ପ୍ରଭାରୀଙ୍କ ନାମ ଘୋଷଣା କରିଛି । ନିଯୁକ୍ତି ପାଇଥିବା ପ୍ରଭାରୀମାନେ ତୃଣମୂଳସ୍ତରରେ ଦଳର ମହିଳା ସଂଗଠନକୁ ମଜଭୁତ କରିବା ଦିଗରେ ବିଶେଷ ଧ୍ୟାନ ଦେବା ସହ କିଭଳି ଭାବେ ମହିଳାମାନେ ମୁଖ୍ୟସ୍ରୋତରେ ସାମିଲ ହେବ ସେ ନେଇ ପ୍ରୟାସ ଜାରି ରଖିବେ। ବିଜୁ ଜନତା ଦଳର ଗଣମାଧ୍ୟମ ବ୍ୟାପାର ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଇଁ ଗୀତା ବସ୍ତିଆ, କେନ୍ଦୁଝରରୁ ଲୋପାମୁଦ୍ରା ବକ୍ସିପାତ୍ର, ଖୋର୍ଦ୍ଧାରୁ କସ୍ତୁରୀ ମହାପାତ୍ର, ମୟୂରଭଞ୍ଜରୁ ଊର୍ମିଲତା ଦାସ, କଟକରୁ ପ୍ରଭାସୀନ ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ଜ୍ୟୋତି ପାଣିଗ୍ରାହୀ, ରାୟଗଡ଼ାରୁ ସ୍ନିଗ୍ଧା ପାଣିଗ୍ରାହୀ, ବାଲେଶ୍ୱରରୁ ଭାରତୀ ସିଂହ, ନୟାଗଡ଼ରୁ କୁଞ୍ଜଲତା ସାମଲ, ଜତଗସିଂହପୁରରୁ ସଂଯୁକ୍ତା ମହଲ୍ଲା ଓ ମାଲକାନଗିରିରୁ ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି।