ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁଲାଇ ୬ ତାରିଖରୁ ଖୋଲିବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା । ଏନେଇ ଏଏସଆଇ ନିଷ୍ପତ୍ତି ନେଇଛି। ଏହାସହ ୬ ତାରିଖରୁ ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଓ ଧଉଳି ଅଶୋକ ଶିଳାଲେଖ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଦର୍ଶନୀୟ ସ୍ଥାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ତେବେ ୬ ତାରିଖରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକୁ ଖୋଲିବାକୁ ଏଏସଆଇ ନିଷ୍ପତ୍ତି ନେଇଛି।