ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ କନ୍ୟା ସନ୍ତାନ ଦିବସ (ନ୍ୟାସନାଲ ଗାର୍ଲ୍ସ ଚାଇଲ୍ଡ ଡେ)-୨୦୨୧ ଅବସରରେ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଦିନଟିଏ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଏବେ ସେ ଉତ୍ତରାଖଣ୍ଡ ଶିଶୁ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି। ୨୪ ଜାନୁଆରୀକୁ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଇଥାଏ। ଆଜି ସୃଷ୍ଟି ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଗୈରସେଣରେ ରହି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ କାର୍ଯ୍ୟର ସମୀକ୍ଷା କରିବେ। ଅଟଳ ଆୟୁଷ୍ମାନ ଯୋଜନା, ସ୍ମାର୍ଟ ସିଟି ପରିଯୋଜନା, ପର୍ଯ୍ୟଟନ ବିଭାଗର ହୋମ ଷ୍ଟେ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନାର ସେ ସମୀକ୍ଷା କରିବେ। ଏହି ସବୁ ଯୋଜନାର ସମୀକ୍ଷା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଉତ୍ତରାଖଣ୍ଡ ସରକାରଙ୍କ ବିଭିନ୍ନ ବିଭାଗ ପରିଦର୍ଶନ କରିବେ।