ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ଦିନିକିଆକୁ ୭ ଓ୍ଵିକେଟରେ ଜିତି ସିରିଜ ଅକ୍ତିଆର କଲା ଭାରତ। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୧୧୯ ରନ୍ କରିଥିଲା ବେଳେ ମହମ୍ମଦ ସାମି ସର୍ବାଧିକ ୪ଟି ଓ୍ଵିକେଟ ନେଇଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ଓ୍ଵାର୍ନର ଓ ଆରୋନ ଫିଞ୍ଚ ବିଫଳ ହୋଇଥିଲେ। ପରେ ଷ୍ଟିଭେନ ସ୍ମିଥ ଓ ମାରନସ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ସ୍ମିଥ ୧୩୧ ରନ୍ କରିଥିବା ବେଳେ ମାରନସ ୫୪ ରନ୍ କରିଥିଲେ। ଫଳରେ ଦଳ ୨୮୬ ରନ୍ କରିବାକୁ ସକ୍ଷମ ହୋଇଥିଲା।