Tuesday, 02 Jan, 9.31 am ଓଡିଶାନ୍

ହୋମ
ନୂତନ ବର୍ଷରେ ପ୍ରକାଶିତ ହୋଇଛି ଓଡ଼ିଆ ଇ-ପତ୍ରିକା ନବପଲ୍ଲବ

ନୂତନ ବର୍ଷରେ ପ୍ରକାଶିତ ହୋଇଛି ଓଡ଼ିଆ ଇ-ପତ୍ରିକା ନବପଲ୍ଲବ । ଉଦିୟମାନ ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ସେନାପତିଙ୍କ ସମ୍ପାଦନାରେ ଓଡ଼ିଶାର କିଛି ଜଣା ଅଜଣା ଲେଖକ ଲେଖିକା ମାନଙ୍କର ସୁନ୍ଦର ତଥା ରୁଚିବୋଧ ଲେଖାରେ ପରିପୁଷ୍ଟ ଏହି ମ୍ୟାଗାଜିନଟିକୁ ଆତ୍ମପ୍ରକାଶ କରିବାରେ ସାହାଯ୍ୟ କରିଛନ୍ତି ସହ-ସମ୍ପାଦକ ତାପସ ରଞ୍ଜନ ଏବଂ ନିଧି ଅଜା । ଓଡ଼ିଆ ଉଇକିପଡ଼ିଆ ସହ ଜଡ଼ିତ ଥିବା ସଂଗ୍ରାମ ସମ୍ପୂର୍ଣ୍ଣ ଓଡ଼ିଆରେ ଏହି ପତ୍ରିକାଟିକୁ ପ୍ରକାଶ କରିବାର ଯୋଜନା କରିଥିଲେ । ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମାଗଣାରେ ପ୍ରକାଶ କରିଛନ୍ତି ଏହି ପତ୍ରିକାଟି । ସଭିଙ୍କ ପାଖରେ ମାଗଣା ପହଞ୍ଚାଇବା ସହ ଓଡ଼ିଶାର କୋଣ ଅନୁକୋଣରେ ଲୁକ୍କାଇତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କର ପ୍ରତିଭାର ବିକାଶ କରାଇବା ପତ୍ରିକାଟିର ମୂଳ ଲକ୍ଷ ବୋଲି କହିଛନ୍ତି ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ।

Top