ରିପୋର୍ଟ : ଭଗବାନ ମହାନ୍ତି ମୁରିବାହାଲ, (୨୦/୧୨) : ମୁରିବାହାଲ ବ୍ଲକ ସଦର ମହକୁମାକୁ ବାବା ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ବାବାଧାମ ମନ୍ଦିରର ପୂଜକ ପ୍ୟାରେଲାଲ ମିଶ୍ର ଗୁରୁବାର ପଦାର୍ପଣ କରିଥିଲେ । ତାଙ୍କୁ ମହିଳାମାନଙ୍କ ଦ୍ଵାରା ସଙ୍କୀର୍ତ୍ତନ୍ୟ ପରିବେଷଣ ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ରାଧାକୃଷ୍ଣ ଓ ଶିବ ମନ୍ଦିରକୁ ପାଛୋଟି ନିଆଯାଇଥିଲା।ଏହି ଅବସରରେ ମୁରିବାହାଲ ରାମେଶ୍ବର ବାବା ବୋଲବମ କମିଟି ସଭାପତି ସୁଧାଂଶୁ ପୋଢ଼ ଯାଦବ, କୋଷାଧ୍ୟକ୍ଷ ଦିବ୍ୟସୁନ୍ଦର ସାହୁ,କରନ ଜାଲ,ସମ୍ପାଦକ ଉଦିତ କୁମାର କଟା, ଉପସଭାପତି ସୁଦାମ ସାହୁ, କମିଟିର ସଦସ୍ୟ ଲିଲାଧର ଶର୍ମା, ବାବୁଲାଲ କେତକୀ, ଯଦୁ ସାହୁ , ବିରଞ୍ଚି ଭୋଇ , ଲିକୁନ ସାହୁ, ରୋହନ ଜାଲ , ଚିନ୍ମୟ ଖର୍ସେଲ, ହିମାଂଶୁ ହେର୍ଣ୍ଣl, ନେତ୍ରା ମାଝି, ଜନକ ଖର୍ସେଲ , ପିଙ୍କୁ ହାତୀ , ରଞ୍ଜିତ ଆଚାରି, ନୀତେଶ ସାହୁ ଓ ରାଧାକୃଷ୍ଣ ସଙ୍କୀର୍ତ୍ତନ୍ୟ ମଣ୍ଡଳୀର ସମସ୍ତ ମାତୃ ମଣ୍ଡଳୀ, ବାୟକ ଶ୍ରୀ ଡ଼ାଙ୍ଗ ସହଯୋଗ କରିଥିଲେ ।