ରିପୋର୍ଟ : ଗୋପୀନାଥ ଗୌଡ଼ ରାୟଗଡା, (୦୪/୦୩) : ଶ୍ରୀଶ୍ରୀ ବାଲୁଙ୍କେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନ୍ତିମ ଦିନରେ ନୂତନ ବିଗ୍ରହ ଗୁଡ଼ିକ ପ୍ରାଣ ପ୍ରତିଷ୍ଠା, ସିଂହାସନ ରୁଢ଼, ଧ୍ଵଜ ସ୍ଥାପନ ତ୍ରିଶୂଳ ପ୍ରତିଷ୍ଠା, ସୂର୍ଯ୍ୟ ପୂଜା, ବାଲୁଙ୍କେଶ୍ଵର ମହାଦେବଙ୍କର ରୁଦ୍ରାଭିଶେକ ହୋଇଥିଲା । ବିଭିନ୍ନ ଦେବାଦେବୀଙ୍କ ସହିତ ମଣ୍ଡଳ ଗୁଡିକରେ ପୂଜାର୍ଚ୍ଚନା ହୋଇଥିଲା। ଅପରାହ୍ନରେ ମନ୍ଦିର ଉପରେ କଳସ ଓ ତ୍ରିଶୂଳ ସ୍ଥାପନ କରଯାଇଥିଲା। ଏହାପରେ ଯଜ୍ଞରେ ହୋମାଦି କର୍ମ ଅନୁଷ୍ଟିତ ହୋଇ ତତପଶ୍ଚାତ କର୍ତ୍ତା ମାନଙ୍କର ପୁନଃ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଅଗ୍ନିଙ୍କର ଘୃତ ହବିସେକ ହୋଇଥିଲା। ଏବଂ ସଂଧ୍ୟା ୭.୩୦ ମିନିଟ ସମୟରେ ପୂର୍ଣ୍ଣାହୁତି ହୋଇ ଯଜ୍ଞ ଶେଷ ହୋଇଥିଲା।