ଭଦ୍ରକ, (୨୮/୦୭) : ଆପ୍ର. : ବନ୍ୟାଞ୍ଚଳର ସମୀକ୍ଷା କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ବନ୍ୟା ବିପନ୍ନଙ୍କୁ ଭେଟି ରିଲିଫ ବାଣ୍ଟିଲେ ।
ବୈତରଣୀ ନଦୀରେ ଆସିଛି ତୃତୀୟ ବନ୍ୟା । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଳକ ବାଲିପୋଖରୀ, ଷୋଳମପୁର, ମାଳଦା, ବନ୍ଦାଲ, ନପଙ୍ଗ ଓ ରହଣିଆ ଆଦି ପଞ୍ଚାୟତରେ ପଶିଛି ବନ୍ୟା ଜଳ । ଯୁଆଡେ ଦେଖିଲେ ଖାଲି ପାଣି । ଧାମନଗର ବ୍ଲକ ସୋହଡା, ହସନାବାଦ ଏବଂ ଅର୍ଜୁନପୁର ଆଦି ବନ୍ୟାଞ୍ଚଳର ସମୀକ୍ଷା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ବନ୍ୟା ପାଣିରେ ନିଜେ ଚାଲି ଚାଲି ଯାଇ ବିପନ୍ନଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ସହ ଅତରିକ୍ତ ଜିଲ୍ଲାପାଳ ଓ ବିଡିଓ ବିଭିନ୍ନ ଗାଁ ବୁଲି ବିପନ୍ନଙ୍କୁ ରିଲିଫ ବାଣ୍ଟିଛନ୍ତି ।
ବନ୍ୟାପାଣିରେ ବହୁ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଯେଉଁ ଲୋକଙ୍କ ଘର ଭିତରେ ବଣ୍ୟାପାଣି ପ୍ରବେଶ କରିଛି ସେମାନଙ୍କୁ ଉଚ୍ଚ ସ୍ଥାନରେ ରଖି ଶୁଖିଲା ଓ ରନ୍ଧା ଖାଦ୍ୟୁ ଦିଆଯାଉଛି । ବନ୍ୟା ପାଣି ସମ୍ପୂର୍ଣ୍ଣ କମିବା ପର୍ଯ୍ୟନ୍ତ ସମସ୍ତ ସରକାରୀ ସହାୟତା ଯୋଗଇ ଦେବାକୁ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାପାଣିରେ ଘେରରେ ରହିଥିବା ସମସ୍ତ ସ୍କୁଲ ଗୁଡ଼ିକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।

