ସୁବର୍ଣ୍ଣପୁର, (୧୪/୦୬)ଆ.ପ୍ର : ଏୟାର ଇଣ୍ଡିଆ ଡ୍ରିମ୍ଲାଇନ୍ରର ପ୍ଲେନ ଅହମଦାବାଦ ମେଡିକାଲ କଲେଜ ହସ୍ପିଟାଲ ଉପରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୧୦୪ ପୁରୁଷ, ୧୧୨ ମହିଳା ଦୁଇ ଶିଶୁ ଙ୍କ ସମେତ ୧୪ ପିଲା ଙ୍କ ଅକାଳ ମୃତ୍ୟୁ ହୋଇ ଯାଇଛି ।
ଜଣେ ମାତ୍ର ବ୍ୟକ୍ତି ଜଗନ୍ନାଥ ଙ୍କ କୃପାରୁ ଜୀବନ ବଞ୍ଚେଇ ପାରିଛନ୍ତି। ମୃତ୍ୟୁବରଣ କରିଥିବା ଆତ୍ମା ଙ୍କ ସତ୍ ଗତି ପ୍ରାପ୍ତ ପାଇଁ ଓ ଜଣେ ଆହତ ହୋଇଥିବା ବ୍ୟକ୍ତି ଙ୍କ ଆସୁ ଆରୋଗ୍ୟ କାମନା କରି ଭଏସ୍ ଅଫ୍ ମିଡିଆ ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ତରଫରୁ ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଶୋକସଭା ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ସହ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖ ନାଥ ସାହୁ, ବରିଷ୍ଠ ସମାଜ ସେବୀ ଗୋବିନ୍ଦ ମହାରଣା, ବଳଦେବ ପ୍ରସାଦ ବେଦବାକ, ମହାନଦୀ ଧାରା ଅଧ୍ୟକ୍ଷ ପ୍ଲାବନ ମହାପାତ୍ର ଓ ବସ୍ ମାଲିକ ସଂଘ ସଭାପତି ଦୀପକ କୁମାର ମହାପାତ୍ର, ଟ୍ରକ୍ ମାଲିକ ସଙ୍ଘ କୋଷାଧ୍ୟକ୍ଷ ରାଜୀବ ଲୋଚନ ପଟ୍ଟନାୟକ, ଘରୋଇ ବସ୍ ହକର ସଂଘ, ଅଟୋ ସଂଘ ସଭାପତି ଗଦନ ଓ ସମ୍ପାଦକ ଶରତ ଙ୍କ ସହ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ । .
ଭଏସ ଅଫ ମିଡିଆ ସଭାପତି ସନ୍ତୋଷ କୁମାର ମିଶ୍ର ଙ୍କ ସହ ଭାସ୍କର ଦାଶ, ରଞ୍ଜନ ହୋତା, ସଚିକାନ୍ତ ସୁନା, ଅଶ୍ଵିନୀ ନେପାକ, ସରୋଜ ପ୍ରକାଶ ପ୍ରଧାନ, ମୁରଲୀ ସାହୁ, ମୁକ୍ତେଶ୍ଵର ପ୍ରଧାନ, ରାମହରି ସେଠି, ଦେବାନନ୍ଦ, ।

