ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୩) : ଏସଟିଏ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ପୁଳା ପୁଳା ଟଙ୍କା। ଭୁବନେଶ୍ବର ମୈତ୍ରୀ ବିହାର ଘରୁ ମିଳିଲାଣି ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ।
ଚଢ଼ାଉ ବେଳେ ବାବୁଙ୍କ ଘରେ ସୁନା, ରୂପା ଅଳଙ୍କାର ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ । ଏତେ ପରିମାଣର ସୁନା ଅଳଙ୍କାର ଦେଖିଲେ ଆଖି ଲାଖିଯିବ । ଆଜି କଟକ ଏସଟିଏ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚାଲିଛି ଭିଜିଲାନ୍ସ ବିଭାଗର ଚଢାଉ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଟକର ବିଭିନ୍ନ ସ୍ଥାନରେ ସକାଳୁ ଚଢ଼ାଉ ଚାଲିଛି । .
ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର, ରଘୁନାଥପୁରରେ ଥିବା ଫ୍ଲାଟ୍, ଗୋବିନ୍ଦପ୍ରସାଦରେ ଥିବା ୫ ମହଲା ନିର୍ମାଣଧିନ କୋଠାରେ ରେଡ୍ କରୁଛି ଭିଜିଲାନ୍ସ।

